ନବରଙ୍ଗପୁର ଠାରେ “ନାରୀ ଶକ୍ତି ବନ୍ଦନ ଉତ୍ସବ “କାର୍ଯକ୍ରମ

0 2

ନବରଂଗପୁର ତା ୧୬.୪.୧୦୧୬, ଅଶୋକ ସାହୁ : ନବରଙ୍ଗପୁର ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ସଶକ୍ତ ନାରୀ ର ସମର୍ଥ ରାଷ୍ଟ୍ର, ସଶକ୍ତ ନାରୀ ସମର୍ଥ ଭାରତ” “ନାରୀଙ୍କ ସମ୍ମାନ ଦେଶର ସ୍ଵାଭିମାନ”, “ମହିଳା ଙ୍କ ଅଧିକାର ଦେଶର ଆଧାର “ସ୍ଲୋଗାନ ଦେଇ ଏକ ବିଶାଳ ମହିଳା ଶୋଭା ଯାତ୍ରା ନବରଙ୍ଗପୁର ପଂଚାୟତ ସମିତି କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଅଭିନନ୍ଦନ କଲ୍ୟାଣମଣ୍ଡପ ଯାଇ ଅନୁଷ୍ଠିତ ସଭାରେ ଯୋଗ ଦେଇ ଥିଲେ। ଏହି ଶୋଭାଯାତ୍ରା କୁ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ଏବଂ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଉପସ୍ଥିତ ରହି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମ ରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ବିଶିଷ୍ଟ ଅତିଥି ରୂପେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ, ଏବଂ ସମ୍ମାନୀତ ଅତିଥି ଭାବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବାସନ୍ତୀ ମାଝୀ, ରାଜ୍ୟ ନାରୀ ବନ୍ଦନ ସଂଯୋଜକ ଶର୍ମିଷ୍ଠା ଦେଓ,ସମାଜସେବୀ ମନୋରମା ମାଝି,ସମାଜ କଲ୍ୟାଣ ଅଧିକାରୀ ଦ୍ରପୌଦୀ କହଁର, ଵିଶିଷ୍ଟ ମହିଳା ସାମ୍ବାଦିକ ପ୍ରଭାତୀ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥିଗଣ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନରେ ନାରୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଏବଂ ଆଜିର ନାରୀ ପ୍ରତ୍ୟେକ କ୍ଷେତ୍ରରେ ସମ୍ମାନର ସହ ପ୍ରଗତି କରୁଛି ବୋଲି କହିଥିଲେ।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ପ୍ରକଳ୍ପ ପ୍ରଶାସକ ଆଇ ଟି ଡି ଏ ରାଜୀବ ସାହୁ, ଡି ଆଇ ପି ଆର୍ ଓ ମନୋଜ ବେହେରା,ବି ଡି ଓ ନବରଙ୍ଗପୁର ସୁନିଲ ଖରା,ବି ଡି ଓ,କୋଷଗୁମୁଡ଼ା ଆଶିଷ ତ୍ରିପାଠୀ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।ସଭାରେ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା,ମିଶନ ଶକ୍ତି ମହିଳା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.