ବିଜେପୁର :-ସରକାର ବଦଳିବା ସହିତ ଗ୍ରାମୀଣ ଉନ୍ନୟନର ଚିତ୍ରରେ ଧୀରେଧୀରେ ପରିବର୍ତ୍ତନ ଆସୁଥିବା ଦେଖିବାକୁ ମିଳୁଛି। ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳରେ ଏହାର ଏକ ସ୍ପଷ୍ଟ ଉଦାହରଣ ଦେଖାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବାଦିପାଳିରୁ କେ.ନୂଆପାଲି ଭୟା କନପୁରୀ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ଦୀର୍ଘ ରାସ୍ତା ଉନ୍ନତି କାମର ଶୁଭଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି।ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟାଙ୍କ କରକମଳରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ଅଞ୍ଚଳର ସମଗ୍ର ଉନ୍ନତି ପାଇଁ ରାସ୍ତା ସଂଯୋଗ ଅତ୍ୟନ୍ତ ଜରୁରୀ, ଏବଂ ଏହି ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀମାନେ ଦୀର୍ଘଦିନର ସମସ୍ୟାରୁ ମୁକ୍ତି ପାଇବେ।
ସ୍ଥାନୀୟ କନପୁରୀ ଗ୍ରାମବାସୀ ଟଙ୍କଧର ସାବତ ମଧ୍ୟ ତାଙ୍କ ମତ ପ୍ରକାଶ କରି କହିଥିଲେ ଯେ, ୨୫ ବର୍ଷ ଧରି ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା। ଏନେଇ ସେମାନେ ବାରମ୍ବାର ପୂର୍ବତନ ପ୍ରତିନିଧିମାନଙ୍କୁ, ଯଥା ରିପୁନାଥ ସେଠ ଓ ପୂର୍ବତନ ମନ୍ତ୍ରୀ ରିତା ସାହୁଙ୍କୁ ଅଭିଯୋଗ କରୁଥିଲେ, କିନ୍ତୁ କୌଣସି ସୁଫଳ ମିଳିନଥିଲା। ବର୍ତ୍ତମାନ ସରକାର ବଦଳିବା ପରେ ଏହି ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ସେ ବହୁତ ଖୁସି ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ଏହି ଉନ୍ନତି କାମ ଆରମ୍ଭ ହେବାରୁ ଗ୍ରାମବାସୀଙ୍କ ମଧ୍ୟରେ ନୂତନ ଆଶା ଜାଗ୍ରୁତ ହୋଇଛି ସେମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟାଙ୍କୁ ଏହି ପଦକ୍ଷେପ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଏହି ରାସ୍ତା ନିର୍ମାଣ କାମ ୯ ମାସ ମଧ୍ୟରେ ସମାପ୍ତ ହେବ ବୋଲି ବିଭାଗୀୟ ଅଧିକାରୀ ମଧୁସୂଦନ ଚୌଧୁରୀ ସୂଚନା ଦେଇଛନ୍ତି। ସମୟମଧ୍ୟରେ କାମ ଶେଷ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।
ଏହି ରାସ୍ତା ନିର୍ମାଣ ହେଲେ ବାଦିପାଳି, କନପୁରୀ କେ.ନୂଆପାଲି, ତାଳପଦର, ମୁଣ୍ଡୋମହୁଲ ଅଞ୍ଚଳର ଲୋକମାନେ ସହଜ ଯାତାୟାତ ସୁବିଧା ପାଇବେ। ଏହା ସହିତ ଶିକ୍ଷା, ଚିକିତ୍ସା ଓ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସୁବିଧା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।ସ୍ଥାନୀୟ ଅଞ୍ଚଳବାସୀମାନେ ଏହି ଉନ୍ନତି କାମକୁ ସ୍ୱାଗତ କରିଥିବା ବେଳେ, ନିର୍ଦ୍ଧାରିତ ସମୟରେ ଗୁଣାତ୍ମକ ଭାବେ କାମ ସମାପ୍ତ ହେବାକୁ ଆଶା ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.