ବାଲିଆପାଳ ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ।

8


ଡବଲ ଇଞ୍ଜିନ ସରକାରଙ୍କୁ ସମାଲୋଚନା କଲେ ବିଜେଡିର କର୍ମକର୍ତ୍ତା।


୨୭/୧୧ () ବାଲିଆପାଳ ବ୍ଲକର ବସ୍ତା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ବିଜେଡିର ବିଶାଳ ଜନସମ୍ପର୍କ ପଦଯାତ୍ରା ଓ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ବାଲିଆପାଳ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ପଦ ଯାତ୍ରା ଆରମ୍ଭ ହୋଇ ବ୍ଲକ ଛକ ସ୍ଥିତ ଶୁଭମ୍ ଗେଷ୍ଟ ହାଉସ୍ ଠାରେ ପହଞ୍ଚିବା ପରେ ସେଠାରେ ଏକ ଭବ୍ୟ ଦଳିୟ ସଭା ଅନୁଷ୍ଠିତ ହୋଇଥିଲା। ବାଲିଆପାଳ ବ୍ଲକ ବିଜେଡି ସଭାପତି ଭଗବାନ ଗିରିଙ୍କ ପୌରାହିତରେ ଆୟୋଜିତ ସଭାରେ ବିଜେଡି ରାଜ୍ୟ ମୁଖପାତ୍ର ତଥା ବାଲେଶ୍ବର ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତା ବ୍ଲକ୍ ସଭାପତି ମହାଦେବ ଦାସ, ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ନୀଳଗିରି ପୂର୍ବତନ ବିଧାୟକ ଇ : ସୁକାନ୍ତ ନାୟକ, ରେମୁଣାର ପୂର୍ବତନ ସୁଧାଂଶୁ ପରିଡା,ଜିଲ୍ଲା ସମ୍ପାଦକ ପରେମେଶ୍ୱର ବାରିକ, ବରିଷ୍ଠ ବିଜେଡି ନେତା ପ୍ରଫେସର ଶତ୍ରୁଘ୍ନ ମଲ୍ଲିକ, ମହିଳା ଜିଲ୍ଲା ସଭାପତି, ଶୁଭ ଲକ୍ଷ୍ମୀ ମାଝୀ ଜିଲ୍ଲାପରିଷଦ ବିଷ୍ଣୁ ପ୍ରୀୟା ବୁଗୁଡି, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ଜେନା ପ୍ରମୁଖ ଯୋଗଦେଇ ଦଳକୁ ସାଂଗଠନିକ ମଜବୁତ, ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ କାର୍ଯ୍ୟପନ୍ଥା ସମ୍ପର୍କରେ ପ୍ରେରଣା ଦାୟୀ ମତ ଦେବା ସହିତ ବିଜେପି ସରକାରଙ୍କୁ କଡା ସମାଲୋଚନା କରିଥିଲେ। ଭତ୍ତା ପ୍ରଦାନ ଠାରୁ ଆରମ୍ଭ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ଡବଲ ଇଞ୍ଜିନରେ ଡବଲ ଧୋକା ଦେଇଛି ବିଜେପି ସରକାର। ପାଠ୍ୟପୁସ୍ତକରେ ତ୍ରୂଟି , ନାରୀ ସୁରକ୍ଷାରେ ବିଫଳତା ,ଗ୍ରାମ ପଞ୍ଚାୟତରୁ ବ୍ଳକକୁ ଚଳାଚଳ କରୁଥିବା ସରକାରୀ ବସ୍ ଅହେତୁକ ଭଡା ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ବୋଝ ଏବଂ ରାଜ୍ୟରେ ଖଣି ଖାଦାନକୁ କେନ୍ଦ୍ରକୁ ଟେକି ଦେଇ ଓଡ଼ିଆ ଅସ୍ମିତାର ଧ୍ୱଜିଆ ଉଡାଇ ଦେଇଛି ଏହି ସରକାର ବୋଲି କହିଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ଶିବାନନ୍ଦ ଦାଶ ଅଧିକାରୀ ମଞ୍ଚ ସଞ୍ଚାଳନ କରିଥିବା ବେଳେ ସୁଶାନ୍ତ ଗିରି,ଶରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

Leave A Reply

Your email address will not be published.