ପାଟପୁର ଥାନା ଅର୍ନ୍ତଗତ ଖଲିଙ୍ଗି ଗୁଣ ସାଗର ଗ୍ରାମର ବରିଷ୍ଠ ନାଗରିକ ଭାସ୍କର ନାୟକ ଚା ପିଇବା ପାଇଁ ନିକଟସ୍ଥ ଦୋକାନକୁ ଯାଉଥିବା ବେଳେ ଏକ ମୋଟରସାଇକେଲ ଧକ୍କା ଦେଇ ଚାଲିଯାଇଥିଲା। ଉପସ୍ଥିତ ଲୋକେ ଗୁରୁତର ଭାସ୍କର କୁ ଚିକିତ୍ସା ପାଇଁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମାତ୍ର ୮ ଦିନ ପୁର୍ବରୁ ତାଙ୍କର ପତ୍ନୀଙ୍କ ମୃତ୍ୟୁ ଘଟିଥିଲା ବେଳେ ବର୍ତ୍ତମାନ ଏହି ଭଳି ପରିସ୍ଥିତିରେ ଗାଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.