ପିକ୍ଅପ ଭ୍ୟାନ୍ କୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ମୃତ।

0 2

ବଡ଼ବଜାର ଥାନା ଅନ୍ତର୍ଗତ ଡୁଡୁମା କଲୋନୀ ବସଷ୍ଟାଣ୍ଡ ସାମ୍ନାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଅମୁଲ୍ୟ ସିଂ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଅମୁଲ୍ୟ କୌଣସି କାମରେ ଦିଗପହଣ୍ଡି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ରେ ଥିବା ଏକ ପିକ୍ଅପ୍ ଭ୍ୟାନ୍ କୁ ଧକ୍କା ଦେଇ ଗୁରୁତର ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ିଥିଲା। ସେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.