ଜଗତସିଂହପୁର, ତା ୯/୦୪/୨୬ ସୁମନ୍ତ କୁମାର ଦାସ: ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କ ପାଇଁ ସମର୍ପିତ ଥିଲା ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନ। ସାରସ୍ୱତ ସାଧକମାନଙ୍କ ଦ୍ୱାରା ଲିଖିତ ପୁସ୍ତକକୁ କିଣିବା, ପଢ଼ିବା ଓ ଅନ୍ୟମାନଙ୍କୁ ଉପହାର ଦେବା ଲକ୍ଷ୍ୟରେ ଆଜି “ଆସ ବହିଟିଏ କିଣିବା” ଅଭିଯାନକୁ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଅସ୍ଥାୟୀ ପୁସ୍ତକ ବିକ୍ରୟ କେନ୍ଦ୍ର ତଥା ପୁସ୍ତକ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏଥିରେ ମହାବିଦ୍ୟାଳୟ ର ଅଧ୍ଯକ୍ଷା ଡ ଶ୍ରୀମତୀ ସୁଜାତା ଓତା ଯୋଗଦେଇ ଓଡ଼ିଆ ପକ୍ଷ ଏବଂ ଆଜି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି କହିଥିଲେ ଯେ ଫୁଲତୋଡ଼ା ଅସ୍ଥାୟୀ କିନ୍ତୁ ପୁସ୍ତକ ଚିରସ୍ଥାୟୀ, ତେଣୁ ପୁଲତୋଡ଼ା ଉପହାର ନ ଦେଇ ବିଭିନ୍ନ ଅବସରରେ ପୁସ୍ତକ ଉପହାର ଦିଅନ୍ତୁ । ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ସମସ୍ତେ ନିଜ ପାଇଁ ମନଲାଖି ବହି କିଣିଥିଲେ । ଏଥିସହିତ ବହି କିଣିବା ଓ ପଢ଼ିବାର ସେଲ୍ଫି ଉଠାଇ ଏହାକୁ ଅତି ଉତ୍ସାହର ସହିତ ଓଡ଼ିଆ ପକ୍ଷର ୱେବସାଇଟ (www.odiapakhya.com)ରେ ଅପଲୋଡ଼ କରି ପ୍ରମାଣପତ୍ର ପାଇଥିଲେ। ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଓଡ଼ିଆ ପୁସ୍ତକ ବଣ୍ଟନ କରିଥିଲେ।ଓଡ଼ିଆ ସାହିତ୍ୟ ଓ ପୁସ୍ତକ ପଠନ ସମ୍ବନ୍ଧରେ ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ସାହିତ୍ୟ ସର୍ଜନାକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର ଏହି “ଆସ ବହିଟିଏ କିଣିବା” ଅଭିଯାନକୁ ସଫଳତାର ସହ ପାଳନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post