ଜଗତସିଂହପୁର,ତା-୦୯.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ବାଲିକୁଦା ଅବକାରୀ ଥାନା ପକ୍ଷରୁ ଅସିଳୋ ଛକରେ ଚଢାଉ କରାଯାଇ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଅଭିଯୁକ୍ତ ବିଶ୍ବଜିତ ସାହୁ ଙ୍କୁ ଗିରଫ କରାଯାଇଛି।
ଗୁରୁବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଟିମ ବିଶେଷ ସୂତ୍ରକୁ ଆଧାର କରି ଅସିଳୋ ଛକ ଠାରେ ଚଢାଉ କରି ବ୍ରାଉନସୁଗାର ବିକ୍ରି କରିବାକୁ ଆସିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ କୂଳସାହି ଗ୍ରାମର ମାୟାଧର ସାହୁଙ୍କ ପୁଅ ବିଶ୍ବଜିତ ସାହୁ (୩୧) ଙ୍କଠାରୁ ୮୨ ଗ୍ରାମର ବ୍ରାଉନସୁଗାର ସହ ଏକ ବଜାଜ ପଲସର ମୋଟରସାଇକେଲ (ଓଡି-୧୩-ୱାଇ-୨୧୫୩) ଓ ଏକ ମୋବାଇଲ ଫୋନ ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି।
ଅଭିଯୁକ୍ତ ଙ୍କୁ ଅଦାଲତ ଚାଲଣ କରାଯାଇଥିବା ବେଳେ ଜିଲ୍ଲା ଦୌରାଜଜ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର କରି କାରାଗାର କୁ ପଠାଇଛନ୍ତି।
ଆଜିର ଏହି ଚଢାଉ ରେ କନଷ୍ଟେବଳ ଜୟଦେବ ପାତ୍ର, ଦୀନବନ୍ଧୁ ସେଠୀ, ପ୍ରତିମା ଜେନା, ଶୁଭଶ୍ରୀ ବିଶ୍ବାଳ, ଅନୁରାଗ ସୂର୍ୟବଂଶୀ ପ୍ରମୁଖ ସାମିଲ ଥିଲେ। ଜିଲ୍ଲାରେ ଦିନକୁ ଦିନ ବ୍ରାଉନସୁଗାର କାରବାର ବଢି ଚାଲିଥିବା ବେଳେ ଏବଂ ସମଗ୍ର ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ଏହା ନିଶ୍ଚିତ ଭାବେ ଜଗତସିଂପୁର ଅବକାରୀ ବିଭାଗ ପାଇଁ ବଡ ସଫଳତା। ଅବକାରୀ ଅଧିକ୍ଷକ ଶ୍ରୀମତି ଅନିତା ପ୍ରଧାନ ବାଲିକୁଦା ଅବକାରୀ ଥାନା କୁ ପ୍ରଶଂସା କରିବା ସହ ଆଗାମୀ ଦିନ ମାନଙ୍କରେ ଚଢାଉ କୁ ଜୋରଦାର କରିବା ପାଇଁ ଉସ୍ଚାହିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.