ଝାମି ଗ୍ରାମ ରେ ହେଉଥିବା ମନ୍ଦିର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗ୍ରାମ ଠାରେ ବହୁ ପ୍ରତିକ୍ଷୀତ ମା ଠାକୁରାଣୀ ମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା କରିଥିଲେ ଗ୍ରାମବାସୀ , ଆର୍ଥିକ ଅସୁବିଧା ପାଇଁ ମନ୍ଦିର ନିର୍ମାଣ ହୋଇପାରିନଥିଲା। କିଛିଦିନ ତଳେ ଗ୍ରାମବାସୀ ଏକତ୍ର ହୋଇ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଜଣାଇଥିଲେ। ବିଧାୟକ କିଛିଦିନ ମଧ୍ୟରେ ମାଁ ଠାକୁରାଣୀ ଙ୍କ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ବର୍ତ୍ତମାନ ମନ୍ଦିର ନିର୍ମାଣ କାର୍ଯ୍ୟ ଦୃତଗତି ରେ ଚାଲିଥିବା ବେଳେ, ଆଜି ବିଧାୟକ ମନ୍ଦିର ନିର୍ମାଣ କାର୍ଯ୍ୟ କିଭଳି ଚାଲିଛି ସମୀକ୍ଷା କରିଥିଲେ।
ଆଜି ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମବାସୀ ବହୁ ଆନନ୍ଦ ରେ ଭବ୍ୟ ସ୍ଵାଗତ ଜଣାଇଥିଲେ ଓ ଗ୍ରାମ ର ଥିବା ସମସ୍ତ ସମସ୍ୟା ବିଷୟ ରେ ଅବଗତ କରିଥିଲେ।

Leave A Reply

Your email address will not be published.