ବେଲଗୁଣ୍ଠା ପ୍ରେସ କ୍ଲବ ପକ୍ଷରୁ ଓଡ଼ିଶା ଦିବସ ଓ ହସ୍ତତନ୍ତ ପରିଧାନ ଦିବସ ପାଳିତ

0 2

ବେଲଗୁଣ୍ଠା:୧/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ପ୍ରେସକ୍ଲବ ପକ୍ଷରୁ ଓଡ଼ିଶା ଦିବସ ଏବଂ ହସ୍ତତନ୍ତ ପରିଧାନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶାର ଗୌରବମୟ ଇତିହାସ ଏବଂ ସଂସ୍କୃତି ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଓମ୍ ପ୍ରକାଶ ସାହୁ,୧ନମ୍ବର କାଉନସିଲର ଏସ୍. ଭାସ୍କର ପାତ୍ର ଏବଂ ୨ ନମ୍ବର କାଉନସିଲର ଦିବ୍ୟ ରଞ୍ଜନ ଦାଶ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ସୁଯ୍ୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।ସଭାରେ ଓଡ଼ିଶାର ବରପୁତ୍ରମାନଙ୍କ ଅବଦାନକୁ ମନେ ପକାଯାଇଥିଲା। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟକୁ କିଭଳି ଆହୁରି ରୁଦ୍ଧିମନ୍ତ କରାଯାଇପାରିବ, ସେ ନେଇ ଅତିଥିମାନେ ନିଜ ନିଜର ମତାମତ ରଖିଥିଲେ। ଚଳିତ ବର୍ଷ ହସ୍ତତନ୍ତ ପରିଧାନ ଦିବସକୁ ଗୁରୁତ୍ୱ ଦେଇ ଉପସ୍ଥିତ ସମସ୍ତ ସଦସ୍ୟ ଖଦଡ ବସ୍ତ୍ର ପରିଧାନ କରି ଓଡ଼ିଆ ଅସ୍ମିତାର ପରିଚୟ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସାହିତିକ କାଶୀନାଥ ସାହୁ,ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ବେହେରା, ସୁରେଶ କୁମାର ସୁବୁଦ୍ଧି ଏବଂ ଶିବରାମ ଚୌଧୁରୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଏଥିସହିତ ଦଣ୍ଡ ନାଚ ମ୍ୟାନେଜର ଶଙ୍କର ବେହେରା, ଶଙ୍କର ଦଳାଇ, ଶିବରାମ ପାତ୍ର, ପୂର୍ବତନ କାଉନସିଲର ଲିଖୁ ସାହୁ, ଶିବାଶିଷ ସାହୁ, ସମ୍ବାଦ ବିତରକ ଧୋବା ବରାଡ, ସଞ୍ଜୟ କୁମାର ବେହେରା, ନାରାୟଣ ପଣ୍ଡା ଓ ତୋଫାନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷାବିତ୍ ତଥା ସାହିତ୍ୟିକ ଶିଶିର କାନ୍ତ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.