ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ

0 2

ରାୟଗଡା :  ରାୟଗଡ ସହର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ସାଇପ୍ରିୟା ନଗର ୩୨୬ନଂ ଜାତୀୟ ରାଜପଥ କଡରେ ବାଟୋଇ ଓ ଜନସାଧାରଣଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରାଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ଓକିଲ ସଙ୍ଘର ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ବ୍ରଜସୁନ୍ଦର ନାୟକ ଯୋଗ ଦେଇ ପଥଚାରୀଙ୍କୁ ଦହିପଣା ଓ ତରଭୁଜ ଖଣ୍ଡ ବଣ୍ଟନ କରିବା ସହ ପ୍ରବଳ ଗ୍ରୀଷ୍ମପ୍ରବାହରେ ସାଇପ୍ରିୟା ୱେଲଫର ଟ୍ରଷ୍ଟର ଏପରି ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।ପ୍ରାୟ ଦୁଇ ହଜାର ଲୋକଙ୍କୁ ଦହିପଣା ଓ ତରଭୁଜ ବଣ୍ଟନ କରାଯାଇଥିଲା ।

ସୂଚନଯୋଗ୍ୟ ଯେ, ଦିର୍ଘ ଚଉଦ ବର୍ଷ ହେଲା ଉତ୍କଳ ଦିବସରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗାଙ୍କ ସହ କୋଷାଧ୍ୟକ୍ଷ ଜି. ବ୍ରହ୍ମାଜି, ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ, ଟି. ଏନ. ରାଓ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ରାଜେଶ ସିହ୍ନା, ଜୟନ୍ତ ପାଟଜୋସି, ଦୀପୁ ପାଣିଗ୍ରାହୀ ,କନ କା ରାଜୁ ,ରାଜେଶ ରାୟପାଳି , ଏନ ଆର ପଣ୍ଡା ଓ ନୀଳିମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.