ଅସ୍ତରଙ୍ଗ: ୧୯୩୬ ମେସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ସ୍ମରଣକୁ ମନେପକାଇବା ଲାଗି,ଓଡ଼ିଶା ସରକାର ଙ୍କ ତରଫରୁ ପାଳିତ ହୋଇ ଆସୁଥିବା ଉତ୍କଳ ଦିବସ ପାଳନ ଉପଲକ୍ଷେ ଏପ୍ରିଲ ମାସ୧ ତାରିଖ ବୁଧବାର ଦିନ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅସ୍ତରଙ୍ଗ ସ୍ଥିତ ବେଳାଭୂମି ସାହିତ୍ୟ ସଂସଦ ଓ ଓଡ଼ିଶା ସରକାର ଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଏକ କାର୍ଯ୍ୟକ୍ରମ ବେଳାଭୂମି ହାଇ ସ୍କୁଲ ,ସନ୍ନିକଟ ଆରତୀ କୋଚିଙ୍ଗ ସେଣ୍ଟର ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ଅବସରପ୍ରାପ୍ତ ଶିକ୍ଷାବିତ୍ ପ୍ରମୋଦ କୁମାର ନାୟକ(ଓ, ଇ ,ଏସ) ପ୍ରଦୀପ ପ୍ରଜୋଳନ ପୂର୍ବକ ଏହି କାର୍ଯ୍ୟ କ୍ରମ କୁ ଉଦଘାଟନ୍ କରିଥିଲେ । ସାହିତ୍ୟ ସଂସଦ ର ସଭାପତି ଶ୍ରୀ ଚିତ୍ତରଞ୍ଜନ ବିଶ୍ଵାଳ ଙ୍କ ସଭାପତିତ୍ୟୋରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମ ରେ ଅତିଥି ଭାବେ,ଶିକ୍ଷାବିତ୍,ପ୍ରମୋଦ କୁମାର ପାଲ,ବ୍ୟଙ୍ଗ କବି ସମ୍ପଦ ରଥ,ସରପଞ୍ଚ କ୍ଷୀରୋଦ କାଂଡି,ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ ପ୍ରମୁଖ ଯୋଗ ଦାନ କରି, ରାଜ୍ୟ ସରକାର ଙ୍କ ର ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି କୁ ଉଦ ଜୀବିତ କରି ରଖିବା ସହ ଉତ୍କଳ ପ୍ରଦେଶ ଗଠନ ରେ ପୂର୍ବସୁରି ବରପୁତ୍ର ମାନଙ୍କ ଭୂମିକା ଓ,୧୯୩୬ ମସିହରେ ଓଡ଼ିଶା ପ୍ରଦେଶ ଗଠନ ର ସେମାନେ ଙ୍କର ଅବଦାନ ସମ୍ପର୍କରେ ଭର ପୁର ଥିବା ଛାତ୍ର ଛାତ୍ରୀ,ବୁଦ୍ଧିଜୀବୀ ମାନଙ୍କ ଆଲୋକ ପାତ କରିଥିଲେ । ସଂସଦ ର ସମ୍ପାଦକ ଦୁଃଶାସନ ନାୟକ ,ରାଜ୍ୟ ସରକାର ଙ୍କ ତରଫରୁ ଆୟୋଜିତ ଏହିଭଳି ହାର୍ଯ୍ୟକ୍ରମ୍ କୁ ସ୍ୱାଗତ ଜଣାଇବା ସହ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ବଞ୍ଚାଇ ରଖିବା ପାଇଁ ବେଳାଭୂମି ସାହିତ୍ୟ ସଂସଦ ତାର ସଂଗ୍ରାମ ଜାରୀ ରଖିବ ବୋଲି କହିଥିଲେ । ଉତ୍କଳ ପ୍ରଦେଶ ଗଠନ ରେ ପୂର୍ବ ବରପୁତ୍ର ମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଭାଗ ନେଇ କୃତକାର୍ଯ୍ୟ ହୋଇ ଥିବା ୫ ଜଣ ଛାତ୍ର ଛାତ୍ରୀ ଙ୍କ ସମେତ ମୋଟ ୧୪ ଜଣ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରା ଯାଇ ଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଂଯୋଜକ ସୋଭାକର ବେହେରା ଓ ଶିକ୍ଷକ ବିଜୟ କୁମାର ଭଟ,ସହଯୋଗ କରିଥିଲେ,ସାମ୍ବାଦିକ ଆର୍ତ୍ତତ୍ରାଣ ମହାନ୍ତି ,ଆଶୋକ ପରିଡ଼ା,ମନୋସିନି ଦାସ, ଓ ପିଣ୍ଟୁ ଜେନା,ପ୍ରମୁଖ ।
Sign in
Sign in
Recover your password.
A password will be e-mailed to you.