ଜାତୀୟ ସଡକ ସୁରକ୍ଷା ଅଭିଯାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପଦ୍ମପୁର , ଗୁମ୍ମା ବ୍ଲକ ଅଧୀନରେ ଏକ ଜାତୀୟ ସଡକ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଏହି କର୍ମଶାଳାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଛାସେବୀମାନଙ୍କ ଗହଣରେ ହୋଇଥିବା ଏହି କର୍ମଶାଳାରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ସବ ଇନ୍ସପେକଟର ପ୍ରଜ୍ଞା ପରିମିତା ସିଙ୍ଗ ଉପସ୍ଥିତ ରହି ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହ ସଡକ ସୁରକ୍ଷା ଓ ଜୀବନ ରକ୍ଷା ର ମହତ୍ୱ ଉପରେ ସବିଶେଷ ଆଲୋଚନା କରିଥିଲେ।
ଏହି ଅବସରରେ ମୁଖ୍ୟବକ୍ତା ଭାବେ ଜନ ଶିକ୍ଷଣ ସଂସ୍ଥାନର ଅଧିକାରୀ ଆନନ୍ଦ ପଟ୍ଟନାୟକ ଡ୍ରାଇଭିଂର ବିଭିନ୍ନ କୌଶଳ ଗୁଡିକ ଉପରେ ବିଭିନ୍ନ ତଥ୍ୟ ରଖିଥିଲେ। ଏହି କର୍ମଶାଳାରେ ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଅଧ୍ୟକ୍ଷ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନଯାପନ କରିବା ସହ ଏହି ସଡକ ସୁରକ୍ଷା ଅଭିଯାନକୁ ସେବା ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇବା ପାଇଁ ପ୍ରବର୍ତ୍ତାଇ ଥିଲେ।
ଜାତୀୟ ସେବା ଯୋଜନାର ପୂର୍ବତନ ସଂଯୋଜକ ଶ୍ରୀ ସୀତାରାମ ପ୍ରଧାନ ଟ୍ରାଫିକ ନିୟମ ଗୁଡିକ ସମ୍ଭନ୍ଧରେ ବିବରଣୀ ରଖିଥିଲେ ଓ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ , ଜାତୀୟ ସେବା ଯୋଜନାର ସଂଯୋଜକ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାପାଇଁ ପରାମର୍ଶ ଦେବା ସହ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.