ନାବାଳିକାକୁ ଦୁଷ୍କର୍ମ, ଜଣେ ନାବାଳକ ସହ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

0 2

ଆନ୍ଧ୍ର ପ୍ରଦେଶ କାଡାପା ଜିଲ୍ଲାର ଜନୈକା ବାପ ଛେଉଣ୍ଡ ନାବାଳିକା କାମ ଅନ୍ୱେଷଣରେ ବ୍ରହ୍ମପୁର ଚାଲି ଆସି ରେଳଷ୍ଟେସନ ପରିସର ୪ ନଂ ପ୍ଲାଟଫର୍ମ ରେ ଗୋଟିଏ ଚାହା ଦୋକାନ ରେ କାମ କରୁଥିବା ବେଳେ ଜଣେ ୧୫ ବର୍ଷ ର ନାବାଳକ ସମ୍ପର୍କରେ ଆସିଥିଲା। ଗତ ୨୯ ତାରିଖରେ ଉକ୍ତ ନାବାଳକ ଜଣକ ତାଙ୍କ ମା ରହୁଥିବା ନିକଟସ୍ଥ ଚାଞ୍ଚଡା ପଡ଼ିଆ ଘର କୁ ଡାକିଥିଲା ଓ ପାନୀୟ ଜଳ ପିଇବାକୁ ଦେଇଥିଲା। ଯାହାକି ଉକ୍ତ ଜଳରେ କିଛି ନିଶା ଦ୍ରବ୍ୟ ମିଶି ଥିଲା। ଉକ୍ତ ପାନୀୟ ଜଳ ସେବନ ପରେ ନାବାଳିକା ଜଣକ ନିସ୍ତେଜ ହୋଇ ଶୋଇ ପଡ଼ିଥିଲା ଓ ପରବର୍ତ୍ତୀ ସମୟରେ ଦୁଇ ଯୁବକ ସହ ନାବାଳକ ମିଶି ଗଣଦୁଷ୍କର୍ମ କରିଥିଲେ।ଚେତା ଫେରିବା ପରେ ପୀଡ଼ିତା ଜଣକ ଗୋଷାଣୀ ନୂଆଗାଁ ଥାନା ରେ ଅଭିଯୋଗ କରିଥିଲା ଓ ଅଭିଯୋଗ ଗ୍ରହଣ କରି ପୋଲିସ ତତକ୍ଷଣାତ ଘଟଣା ର ତଦନ୍ତ ଚଳାଇ ଏକ ମାମଲା ରୁଜୁ କରି ତିନି ଜଣ ଯାକ କୁ କାବୁ କରି ଡିଏସପି ସ୍ମୃତି ପ୍ରଭା ପ୍ରଧାନ ଙ୍କ ଦ୍ଵାରା ତଦନ୍ତ ଚଳାଇ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ମକଦ୍ଦମା ଅନୁଯାୟୀ ନାବାଳକ ଜଣକୁ କିଶୋର ନ୍ୟାୟ ପରିଷଦରେ ପୈଠ କରିବା ସହ ଅଭିଯୁକ୍ତ ଦୁଇ ଯୁବକ କୁ କୋର୍ଟ ଚାଲାଣ କରିଛନ୍ତି।
 ସୁଚନା ଥାଉକି ଅଭିଯୁକ୍ତ ଅନିଲ ନାୟକ, ଆଦିତ୍ୟ ନାୟକ ନାବାଳକ ଜଣକ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଲାଞିପଲୀ ଦୀପ ସାହିର ବୋଲି ବ୍ରହ୍ମପୁର ଏସପି ଡଃ ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.