ଯାତ୍ରାର ତୃତୀୟ ସନ୍ଧ୍ୟା, ଦେବତା ହେଉବା ଦାନବ କର୍ମଫଳ ଭୋଗ କରିବାକୁ ପଡ଼ିବ

0 2

ଓଡଗାଁ, ୨୯।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅନନ୍ୟ ବିଷ୍ଣୁ କ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ନବଦିନ ଯାତ୍ରା ସନ୍ଧ୍ୟା ବେଶର ତୃତୀୟ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ମର୍ଜଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପଦସ୍ପର୍ଷ ପାଷାଣୀ ଅହଲ୍ୟାଙ୍କ ଶାପ ମୁକ୍ତି ବେଶ ଦର୍ଶନ କରି ଥିଲେ । ଶ୍ରୀରାମ ନବମୀ ଯାତ୍ରା ପାଇଁ ଶ୍ରୀଜୀଉଙ୍କ ମନ୍ଦିର ସୁସଜ୍ଜିତ ଆଲୋକ ମାଳାରେ ଝଟକୁଥିବା ବେଳେ ପାପ ବିମୋଚନ କରିବାକୁ ସୁବର୍ଣ୍ଣ କଳଶ ଉପରେ ସତ୍ୟ, ଧର୍ମ, ଶାନ୍ତିର ବାର୍ତା ବହନ କରି ଫରଫର ହୋଇ ଉଡୁଥିବା ୩ ଗୋଟି ପତାକା ଆତ୍ମାର ପରମାତ୍ମା ସହ ମିଳନ ପାଇଁ ସଂଙ୍କେତ ବହନ କରୁଥିଲା । କେବଳ ଜିଲ୍ଲା ନୁହେଁ, ରାଜ୍ୟ ବାହାରୁ ମଧ୍ୟ ଅନେକ ମାନସିକ ଧାରି ଏହି ନବଦିନ ଯାତ୍ରା ସମୟରେ ଆସି ଶ୍ରୀଜୀଉଙ୍କ ସରଣାପର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମାନସିକ ପୂରଣ ହୋଇଥାଏ । ରାମାୟଣ କଥାବସ୍ତୁ ଆଧାରରେ ଗୌତମଙ୍କ ରୁପଧାରଣ କରିଥିବା ଛଦ୍ମବେଶୀ ଇନ୍ଦ୍ରଙ୍କ ସହିତ ଅହଲ୍ୟା ସୁନ୍ଦରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତକୁ ସ୍ବାମୀ ଗୌତମ ଋଷି ଧ୍ୟାନ ବଳରେ ଜାଣିପାରିଥିଲେ । ଏଥିରେ କ୍ଷୁବ୍ଧ ହୋଇ ଗୌତମ ମୁନି ଅହଲ୍ୟାଙ୍କୁ ପାଷାଣୀ ହେବାକୁ ଅଭିଶାପ ଦେଇଥିଲେ । ଅଭିଶାପ ଫେରାଇ ନେବାକୁ ଅହଲ୍ୟାଙ୍କ ବାରମ୍ବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ତ୍ରେତୟା ଯୁଗରେ ରାମାବତାରରେ ପ୍ରଭୁ ଶ୍ରୀରାମଙ୍କ ପଦସ୍ପର୍ଷରେ ସାପମୁକ୍ତ ହେବ ବୋଲି ଗୌତମ ମୁନି ଅହଲ୍ୟାଙ୍କୁ ଆସ୍ବାସନା ଦେଇଥିଲେ । ତ୍ରେତୟା ଯୁଗରେ ମୁନିଋଷିଙ୍କ ଯଜ୍ଞରକ୍ଷା ଲାଗି ବିଶ୍ଵାମିତ୍ରଙ୍କ ସଙ୍ଗତରେ ଆସି ରାମ ଲକ୍ଷ୍ମଣ ତାଡକାକୁ ବଦ୍ଧ କରି ମିଥିଳା ରାଜ୍ୟକୁ ଯାଉଥିଲେ । ବିଶ୍ଵାମିତ୍ରଙ୍କ ଇଙ୍ଗିତରେ ରାମଚନ୍ଦ୍ର ସ୍ମିତହସି ରାସ୍ତା ପାର୍ଶ୍ବରେ ପଡିଥିବା ଏକ ପରିତ୍ୟକ୍ତ ପଥର ଉପରେ ପାଦଥାପିଥିଲେ । ପଦସ୍ପର୍ଷ ମାତ୍ରେ ପଥର ମଧ୍ୟରୁ ଆବିର୍ଭୁତା ଦିବ୍ୟରୂପ ଧାରଣ କରିଥିବା ଅହଲ୍ୟା ସାପମୁକ୍ତ ଲାଗି ପ୍ରଭୁଙ୍କୁ କୃତଜ୍ଞତା ଜଣାଇ ନିଜ ପୁରକୁ ଗମନ କରିଥିଲେ । ସେ ଦେବତା ହେଉବା ଦାନବ ଅଥବା ମାନବ, ତାର କର୍ମଫଳ ଭୋଗକରିବାକୁ ପଡ଼ିବ । ଏଥିରୁ କେହି ବାଦ୍ ଯାଇନାହାନ୍ତି । ଆଜିର ସନ୍ଧ୍ୟା ବେଶ ଏହି ଗୁରୁତ୍ବ ବହନ କରେ । ସୋମବାର ଶ୍ରୀଜୀଉ ଗଙ୍ଗା ପାର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ ।

Leave A Reply

Your email address will not be published.