ବେଲଗୁଣ୍ଠା, ୨୯/୦୩-(ଶିବରାମ ଚୌଧୁରୀ )-,ରାଜ୍ୟ ସରକାର ମାର୍ଚ୍ଚ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ରୋକିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେଉଛି।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ବେଲଗୁଣ୍ଠା ବସ ଷ୍ଟାଣ୍ଡ ନିକଟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦ୍ରୁତ ଗତି ମହା ବିପତ୍ତି, ମଦ୍ୟପାନ କରି ଗାଡ଼ି ନ ଚଲେଇବା ଓ ଗାଡି ଚଲେଇବା ସମୟରେ ହେଲମେଟ୍ ସିଟ ବେଲ୍ଟ ବ୍ୟବହାର କରିବା ବ୍ୟବହାର କରିବା ସମ୍ପର୍କରେ ବାଇକ ଓ କାର ଚାଳକ ମାନଙ୍କୁ ସଚେତନ କରାଯାଇଥିଲା। ଅଟୋ ଚାଳକ ମାନଙ୍କୁ ନେଇ ସଭା କରିବା ସହ ରାଜ ରାସ୍ତାରେ ଶୋଭାଯାତ୍ରା କରି ବିଭିନ୍ନ ସଚେତନତା ସ୍ଲୋଗାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଏମ୍ଭଭିଆଇ କିଶୋର କୁମାର ଦି ସଭାମୁଖ୍ୟ ଭାବେ ଯୋଗ ଦେଇଥିଲେ। ଅଟୋ ଚାଳକ ସଙ୍ଘର ସଭାପତି ସମ୍ପଦକ ମଧ୍ୟ ରହି ଶପଥ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.