ବେଲଗୁଣ୍ଠା, ୨୯/୦୩-(ଶିବରାମ ଚୌଧୁରୀ )-,ଆସନ୍ତା ଅପ୍ରେଲ୍ ଦୁଇ ତାରିଖ ଠାରୁ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ପାଳିତ ହେବ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ I ଏନେଇ ରାଜ୍ୟର ପ୍ରତ୍ୟେକ ଗ୍ରାମ ଏବଂ ସହରରେ ପାଞ୍ଚ ବର୍ଷ ବୟସରୁ ଉର୍ଦ୍ଧ୍ଵ ଶିଶୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ବଣ୍ଟନ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଶିଶୁମାନଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହିତ ପାଞ୍ଚ ବର୍ଷ ବୟସରୁ ଉର୍ଦ୍ଧ୍ଵ ଶିଶୁଙ୍କ ନାମ ଲେଖାଇବା ପାଇଁ ଅଭିଭାବକ ମାନଙ୍କୁ ଅନୁରୋଧ କରିଛନ୍ତି I ଆଜି ବିଧାୟକ ଶ୍ରୀ ବିଷୋୟୀ ଗାଙ୍ଗପୁର ଗ୍ରାମରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ପାଇଁ ନିମନ୍ତ୍ରଣ ବଣ୍ଟନ କରିଥିବା ବେଳେ ବିଧାୟକଙ୍କ ସହିତ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ, ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡା, ଅଙ୍ଗନୱାଡ଼ି କର୍ମୀ ଗୀତାଞ୍ଜଳି ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରକାଶ ଥାଉକି ଆସନ୍ତା ଅପ୍ରେଲ୍ ଦୁଇ ତାରିଖରେ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ନୂତନ ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଦେଇ ପାରମ୍ପରିକ ରୀତିରେ ସ୍ୱାଗତ କରାଯିବା ସହିତ ସେମାନଙ୍କର ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହେବ I ଏନେଇ ରାଜ୍ୟର ବିଦ୍ୟାଳୟ ଗୁଡ଼ିକରେ ପୂର୍ବ ପ୍ରସ୍ତୁତି ଜାରି ରହିଥିବା ସୂଚନା ମିଳିଛି I
Sign in
Sign in
Recover your password.
A password will be e-mailed to you.