ନବୀନ ନିବାସରେ ନବୀନଙ୍କୁ ଭେଟିଲେ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ

0

 ବେଦବ୍ୟାସରୁ ୪୦୦ କିମି ଅତିକ୍ରମ କରି ରାଜଧାନୀରେ ପହଁଚିଲେ ଟିମର ୭୩ କର୍ମକର୍ତ୍ତା 

ଭୁବନେଶ୍ୱର:  ରାଜ୍ୟ ଛାତ୍ର ବିଜେଡିର ୭୩ଜଣ କର୍ମକର୍ତ୍ତାଙ୍କୁ ନେଇ ଗଠିତ ‘ମୁଁ ନବୀନଙ୍କ ପାଇଁ କହୁଛି’ ଟିମ ଗତ ୧୫ ତାରିଖ ଦିନ ସୁନ୍ଦରଗଡ଼ ଜିଲ୍ଲାର ପବିତ୍ର ବେଦବ୍ୟାସସ୍ଥଳୀରୁ ସାଇକେଲ୍‍ ଯୋଗେ ବାହାରି ଦୀର୍ଘ ୪୦୦ କିମି ଅତିକ୍ରମ କରି ମଙ୍ଗଳବାର ୨୬ ତାରିଖ ଦିନ ଭୁବନେଶ୍ୱର ନବୀନ ନିବାସରେ ପହଂଚି  ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏହି ଅବସରରେ ଏଠାରେ ଉପସ୍ଥିତ ରାଜ୍ୟ ଛାତ୍ର ବିଜେଡି ସଭାପତି ଶ୍ରୀ ରାଣାପ୍ରତାପ ପାତ୍ର କହିଥିଲେ ଯେ ୧୧ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଉପରୋକ୍ତ କାର୍ଯ୍ୟକ୍ରମ ବିଜୁ ଛାତ୍ର ଜନତା ଦଳର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରତି ଜିଲ୍ଲାରେ ଅନୁଷ୍ଠିତ  ହେବ ।

ସୂଚନାଯୋଗ୍ୟ, ପ୍ରଥମେ ଏହି ୭୩ ଜଣିଆ ସାଇକେଲ୍‍ ଆରୋହୀ ଟିମ୍‍ ସୁନ୍ଦରଗଡ଼ ଜିଲ୍ଲାରୁ ବାହାରି ଦେବଗଡ଼, ଢେଙ୍କାନାଳ ଓ କଟକ ଜିଲ୍ଳା ଦେଇ ଭୁବନେଶ୍ୱରେ ପହଂଚିଥିଲେ । ସୁନ୍ଦରଗଡ଼ରୁ ୨୩ ଫେବୃଆରୀରେ ସାଇକେଲ୍‍ ଯାତ୍ରାରମ୍ଭ ସମୟରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ସିଂହ, ଜିଲ୍ଲା ଯୁବ ବିଜେଡି ସଭାପତି ଦେବେନ୍ଦ୍ର ମାଝୀ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି ସଭାପତି ରୋହିତ ତନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଆସିବା ବେଳେ ୩ଦିନ ମଧ୍ୟରେ ୪୦୦ କିମି ରାସ୍ତାର ବିଭିନ୍ନ ସ୍ଥାନରେ ଏହି ସାଇକେଲ୍‍ ଆରୋହୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ଆଜି ଉକ୍ତ ଟିମ୍‍ ରାଜଧାନୀରେ ପହଞ୍ଚôବା ସହିତ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ପାତ୍ର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଟିମ୍‍କୁ ସ୍ୱାଗତ କରି ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଅନ୍ୟ ଯେଉଁ ଛାତ୍ର ବିଜେଡି ପଦାଧିକାରୀ ଉପସ୍ଥିତ ଥିଲେ, ସେମାନେ ହେଲେ ରାଜ୍ୟ ସାଧାରଣ ସଂପାଦକ ସୁଜିତ ପାଲ୍‍ଟାସିଂହ, ମନୋଜ ସେନାପତି, ଅପୂର୍ବା ଅପରୂପା, ପ୍ରଦୋଷ ପରିଡ଼ା, ସଂପାଦକ ପ୍ରମୋଦ ପାତ୍ର, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞ ପଣ୍ଡା, ଛାତ୍ର ନେତା ଧର୍ମେନ୍ଦ୍ର ଧଳ, ରମାରଞ୍ଜନ ମହାନ୍ତି, ସଂଜୟ ବିଶୋୟୀ, ଭୁବନେଶ୍ୱର ଜିଲ୍ଲା ସଭାପତି କଳ୍ପତରୁ ଓଝା ପ୍ରମୁଖ । ରାଜଧାନୀରେ ଏହି ୭୩ଜଣିଆ ଟିମ୍‍ ଛାତ୍ର ବିଜେଡି ରାଜ୍ୟ ସଂପାଦକ ରବୀନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ପହଂଚିବା  ପରେ ବିଜେଡି ଆଇଟି ସେଲ୍‍ ମୁଖ୍ୟ ଡ. ଅମର ପଟ୍ଟନାୟକ ଟିମ୍‍ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଯେ ଛାତ୍ର ବିଜେଡିର ଏଭଳି ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । 

 

Leave A Reply

Your email address will not be published.