ଝିଣ୍ଟିକା ମାରି ବଣି ପୋଷୁଛି ଅବକାରୀ ବିଭାଗ

0

ତିର୍ତ୍ତୋଲ  :  ବିଭାଗ ପ୍ରୋତ୍ସାହନରେ ଚାଲିଛି ଚୋରା ମଦ ଗଞ୍ଜେଇ କାରବାର !

ତିର୍ତ୍ତୋଲ /ପାରାଦ୍ବୀପ :ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ଛତୁ ଫୁଟିଲା ପରି ମଦଦୋକାନ ଖୋଲିବାରେ ଲାଗିଛି।ଦୋକାନିଙ୍କ ଟାର୍ଗେଟ ପୂରଣ କରିବା ପାଇଁ ପାରାଦ୍ବୀପ/ତିର୍ତ୍ତୋଲ ଅବକାରୀ ବିଭାଗର ଜନୈକ ଅଫିସର ଜଣଙ୍କ ଦୋକାନିଙ୍କ ରିପ୍ରେଜେନ୍ଟିଭ ସାଜି କାର୍ଯ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି।ଏହି ଅସାଧୁ ଅବକାରୀ ଅଫିସରଙ୍କ ଯୋଗୁଁ ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମାଦକ ଦ୍ରବ୍ୟ କାରବାର ବୃଦ୍ଧି ପାଇବା ଚିନ୍ତାଜନକ ହୋଇଛି।ଏମିତିକି ତିର୍ତ୍ତୋଲ ଥାନା ଅଞ୍ଚଳ ଠାରୁ ପାରାଦ୍ବୀପ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ ଓ ଛକ ବଜାରରେ ଚୋରା ମଦ ଗଞ୍ଜେଇ ବ୍ୟବସାୟୀ ପସରା ମେଲିଥିବା ଦେଖାଯାଇଛି।ପ୍ରତି ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନିର୍ଦିଷ୍ଟ କେତେକ ଅବକାରୀ କର୍ମଚାରୀ ମୋଟର ସାଇକେଲ ଧରି ପହଞ୍ଚି ଯାଉଛନ୍ତି ଚୋରା ମଦ ବ୍ୟବସାୟୀଙ୍କ ପାଖରେ।ମାସିକିଆ ବଟି ନେଇ ସର୍ବସାଧାରଣଙ୍କ ଆଖି ଆଗରେ ଏପରିକି ଚୋରା ମଦ ବ୍ୟବସାୟୀଙ୍କ ଘରେ ଭୋଜିଭାତ ଖାଉଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।ନିକଟ ଅତୀତରେ ତିର୍ତ୍ତୋଲ ବଜାର ଠାରେ ଏକ ଅବକାରୀ ଅଫିସ ଖୋଲା ହୋଇଛି।ଏହି ଅବକାରୀ ଅଫିସ ନିକଟସ୍ଥ କଟକ-ପାରାଦ୍ବୀପ ରାସ୍ତା କଡ଼ରେ ଥିବା ହୋଟେଲ୍ ଢାବା ଗୁଡିକରେ ଦିନ ରାତି ଖୁଲମଖୁଲା ଚୋରା ବିଦେଶୀ ମଦ କାରବାର ହେଉଥିବା ବେଳେ ହୋଟେଲ ଓ ଢାବା ପିଛା ମାସିକ ହଜାର ହଜାର ଟଙ୍କା ହାତଗୁଞ୍ଜା ଅବକାରୀ ବିଭାଗ ନେଇ ସେମାନଙ୍କୁ ଅଭୟ ବର ପ୍ରଦାନ କରୁଥିବା କୁହାଯାଉଛି।ଗାଉଁଲି ଛୋଟ ଛୋଟ ଚୋରା ବେପାରୀ ମାନଙ୍କ ଠାରୁ ମାସିକ ସର୍ବନିମ୍ନ ୧ହଜାରରୁ ଉର୍ଦ୍ଧ,ଢାବା ଓ ହୋଟେଲ ମାନଙ୍କରୁ ୫ରୁ ୧୦ହଜାର ଟଙ୍କା ଲେଖାଏଁ ନେଉଥିବା ଶୁଣିବାକୁ ମିଳୁଛି।ତିର୍ତ୍ତୋଲ ଅବକା ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ନିଜର କେସ୍ ଟାର୍ଗେଟ ପୂରଣ କରିବା ପାଇଁ ବହୁଳ ପରିମାଣରେ ଚୋରା ମଦ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଛାଡି ମାସିକ ହାତଗୁଞ୍ଜା ରେ ଖିଲାପ କରିଥିବା ଗାଁ ଗହଳିର ୧ବୋତଲ ୨ବୋତଲ ଚୋରା ମଦ ବ୍ୟବସାୟୀଙ୍କ ନାମରେ କେସ୍ ଦେଇ ବିଭାଗ ନିଜର କେସ୍ ଟାର୍ଗେଟ ପୂରଣ କରିବା ସହିତ ବାହା ବାହା ନେଉଥିବା କୁହାଯାଉଛି।ବିଭାଗ ଝିଣ୍ଟିକା ମାରି ବଣି ପୋଷୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଅବକାରୀ ବିଭାଗର ଜନୈକ ଅସାଧୁ କର୍ମଚାରୀଙ୍କ ଯୋଗୁଁ ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମଦ ଗଞ୍ଜେଇ କାରବାର ବୃଦ୍ଧି ପାଉଥିବା ନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି।ଗ୍ରାମାଞ୍ଚଳରୁ ଚୋରା ମଦ ଗଞ୍ଜେଇ ବିକ୍ରି ବନ୍ଦ କରା ନଗଲେ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ଏହାକୁ ଆୟତ୍ତ କରିବାକୁ ପ୍ରଶାସନକୁ କାଠିକର ପାଠ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।ବିଭାଗୀୟ ଉଚ୍ଚ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.