ସତ୍ୟ ସନ୍ଧାନ ରେ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ।

0 2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଥିବା ବାଲାଜୀ ବାସନ୍ତୀ ବୃଦ୍ଧାଶ୍ରମ, ଗୁଡ ରେ ଥିବା ଶିବ ମୁନି ଆଶ୍ରମ, ସୋରୋ ତୁଡ଼ିଗଡିଆ ରେ ବିବେକ ଭାରତୀ ସେବା ଆଶ୍ରମ ରେ ବୁଧବାର ସତ୍ୟ ସନ୍ଧାନ ରେ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରାଯାଇଛି। ସଂଗଠନ ର ସଂପାଦକ ଅଜୟ ତ୍ରିପାଠୀ, ପଦ୍ମ ଲୋଚନ ତିଆଡି, ଓ ବରେଶ ଭାଇନା ତିନୋଟି ଆଶ୍ରମ କୁ ଯାଇ ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ କରିଥିଲେ। ସତ୍ୟ ସନ୍ଧାନ ରେ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଗରିବ ଅସହାୟ ଲୋକ ଙ୍କୁ ସଦସ୍ୟ ମାନଙ୍କ ସକ୍ଷମ ଅନୁସାରେ ସହାୟତା ପ୍ରଦାନ କରାଯାଇଥାଏ ବୋଲି ଅଜୟ ତ୍ରିପାଠୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.