କେନ୍ଦୁଝର,ତା୧୧/୩- ଜିଲ୍ଲା ଜଙ୍ଗଲ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ବନବିଭାଗକୁ ସମସ୍ତ ସହଯୋଗ କରୁଥିବା ବେଳେ ଏଥିନେଇ ସ୍ବତନ୍ତ୍ର ସ୍କାଡ୍ ଗଠନ କରାଯାଇଛି। ଗତବର୍ଷ ଅପେକ୍ଷା ଅଧିକ ଅଗ୍ନିକାଣ୍ଡ ଘଟିଥିବା ରିପୋର୍ଟ ମିଳିଛି। ଅଦ୍ୟାବଧି କେନ୍ଦୁଝର ବନଖଣ୍ଡର ୭ଟି ବନାଞ୍ଚଳର ୪୫୨ଟି ସ୍ଥାନରେ ନିଆଁ ଲାଗିଥିବା ରିପୋର୍ଟ ମିଳିଛି। ସେଥିମଧ୍ୟରୁ ଘଟଗାଁ ବନାଞ୍ଚଳରେ ସର୍ବାଧୂକ ୧୭୦ଟି ସ୍ଥାନରେ ନିଆଁ ଲାଗିଛି। ତେବେ ଜଙ୍ଗଲକୁ ନିଆଁକୁ ନିୟନ୍ତ୍ରଣରେ ବିଫଳ ହେବା ଯୋଗୁଁ ମଙ୍ଗଳବାର ୩ ବନ ଅଧିକାରୀଙ୍କୁ ଡିଏଫ୍ଓ ଧନରାଜ ଏଚ୍ଡି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଘଟଗାଁ ବନାଞ୍ଚଳର ଫରେଷ୍ଟର ପ୍ରମୋଦ ବେହେରା ଓ ବିଶ୍ୱରଞ୍ଜନ ମିଶ୍ର। ଏହାସହିତ ପାଟଣା ବନାଞ୍ଜଳର ବନରକ୍ଷୀ ହୃଦାନନ୍ଦ ମହାନ୍ତି ନିଜର କର୍ତ୍ତବ୍ୟରେ ଅବହେଳା କରିବା ସହିତ କର୍ତ୍ତବ୍ୟ ସମୟରେ ନିଶା ସେବନ କରିବା ଏବଂ ବନ୍ୟପ୍ରାଣୀଙ୍କ ଯୋଗୁ ଫସଲ କ୍ଷତିଗ୍ରସ୍ତ ରିପୋର୍ଟ ପ୍ରଦାନରେ ବିଳମ୍ବତା ପାଇଁ ଡିଏଫ୍ଓ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ବନ କର୍ମଚାରୀମାନେ ମୁଖ୍ୟାଳୟରେ କର୍ତ୍ତବ୍ୟ ତୁଲାଇବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଜଙ୍ଗଲ ନିଆଁକୁ ନିୟନ୍ତ୍ରଣକୁ ବନବିଭାଗ ଗୁରୁତ୍ବ ଦେଇ ଆସୁଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀମାନେ ଦାୟିତ୍ୱହୀନତା ଯୋଗୁଁ ଚଳିତବର୍ଷ ଅଧିକ ନିଆଁ ଜଙ୍ଗଲରେ ଲାଗିଛି।
Sign in
Sign in
Recover your password.
A password will be e-mailed to you.