ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣପୁର ରାମେଶ୍ୱର ନଗର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲର ଆୟୋଜିତ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ମିନି ଦ୍ଟାଡିୟମ ଠାରେ ମୁଖ୍ୟ ଅତିଥି ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପ୍ରଥମେ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ ନିମନ୍ତ୍ରିତ ଅତିଥି ଓ ସଦସ୍ୟ ଙ୍କୁ ମଞ୍ଚ ଉପରକୁ ଆମନ୍ତ୍ରିତ କରିବା ସହ ପରିଚୟ ପ୍ରଦାନ କରିଥିଲେ। ଏହି କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ଗୁଣୁପୁର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ କ୍ରୀଡା ଅଧ୍ୟାପକ ଶ୍ରୀ ଦେବ ପ୍ରସାଦ ପାଢ଼ୀ କ୍ରୀଡା ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ ଏବଂ ପିଲାଙ୍କୁ ଜୀବନ ରେ କ୍ରୀଡାର ମହତ୍ୱ ଓ ଦୈନନ୍ଦିନ ଜୀବନ ରେ ଖେଳ କୁଦ ଦ୍ୱାରା ଶରୀର ରେ କିପରି ମାନସିକ ସ୍ଥିତି ର ବିକାଶ ହୋଇପାରିବ ତାହା ପିଲାଙ୍କୁ କହିବା ସହ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ର ସଭାପତି ବ୍ରଜ ସୁନ୍ଦର ପାଢ଼ୀ, ଏହି କ୍ରୀଡ଼ା ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଖେଳିବା ପାଇଁ ଉତ୍ସାହିତ କରିଥିଲେ ଓ ଖେଳ ସହିତ ଆଉ ସମସ୍ତ ସୃଜନଶୀଳ କାର୍ଯ୍ୟରେ ନିଜର ପ୍ରତିଭା ବିକାଶ କଲେ ତୁମେ ଅନ୍ତର୍ଜାତୀୟ ସ୍ତର ରେ ଜଣେ ସୁଦକ୍ଷ ଛାତ୍ର ହୋଇ ପାରିବ ବୋଲି ପିଲାଙ୍କୁ ନିଜ ଉଦବୋଧନ ରେ କହିଥିଲେ। ଏହି କ୍ରୀଡା ଉତ୍ସବ 3 ଦିନ ଧରି ଚାଲିବ । ନର୍ସରୀ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ହର୍ଷ ଓ ଉଲ୍ଲାସର ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର କହିଥିଲେ, ଖେଳକୁଦ ମାଧ୍ୟମରେ ନିଜର ପାରଦର୍ଶିତା ପାଇଁ ଜାତୀୟ ସ୍ତରରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ପାରିବ ଏବଂ କ୍ରୀଡା ମାଧ୍ୟମ ରେ ଛାତ୍ର ଛାତ୍ରୀଙ୍କ ଭିତରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ହୋଇଥାଏ ଓ ବିଦ୍ୟାଳୟ ହିଁ ଏହାର ପ୍ରମୁଖ ସ୍ଥାନ ଅଟେ। ବିଦ୍ୟାଳୟର କ୍ରୀଡା ଶିକ୍ଷକ ଆକାଶ ସାର ପିଲାଙ୍କୁ କ୍ରୀଡା ଆରମ୍ଭ ହେବା ପୂର୍ବରୁ ଏକ ଜୁମ୍ଭ ଡେନ୍ସ କରି ପିଲାଙ୍କୁ ଉତ୍ସାହିତ କରିଥିଲେ ।ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କରିଥିଲେ । ବିଦ୍ୟାଳୟର ମେନଜମେଣ୍ଟ ସଦସ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ ।ଶେଷରେ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।