
ନବରଙ୍ଗପୁର ତା ୧୧.୩.୨୦୨୬:ଅଶୋକ ସାହୁ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ନବରଙ୍ଗପୁର ପକ୍ଷରୁ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ଦିନିକିଆ ପ୍ରଶିକ୍ଷଣ କର୍ମଶାଳା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କର୍ମଶାଳା ରେ ବିଶେଷ ବକ୍ତା ଭାବେ ମହିଳା ଆଇନଜୀବୀ କିଶୋରୀ ପଟ୍ଟନାୟକ ଏବଂ ଆଇନଜୀବୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସୂଚନା ଅଧିକାର ଆଇନ ଉପରେ ବିଶେଷ ମତ ରଖିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା ପ୍ରଶିକ୍ଷଣ କର୍ମଶାଳା ର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୁଚନା ସହ ସମସ୍ତ ପ୍ରଶିକ୍ଷାର୍ଥଙ୍କୁ ସ୍ଵାଗତ କରିଥିଲେ ଓ କର୍ମଶାଳା କୁ ପରିଚାଳନା କରିଥିଲେ।ଭୁବନେଶ୍ୱର ରୁ ନିମନ୍ତ୍ରିତ ସୁଚନା ଅଧିକାର ଆଇନ ଉପରେ ରାଜ୍ୟ ବିଶେଷଜ୍ଞ ରଶ୍ମି ରଞ୍ଜନ ରାଉତ ସୁଚନା ଅଧିକାର ଆଇନ ର ବିଭିନ୍ନ ଧାରା,ଆବେଦନ,ସମୟସୀମା ମଧ୍ୟରେ ତଥ୍ୟ ପ୍ରଦାନ,ସରକାରୀ କାର୍ଯ୍ୟଳୟର ୱେବସାଇଟ ରେ ସ୍ଵେଚ୍ଛାକୃତ ଭାବେ ନିଜସ୍ଵ କାର୍ଯ୍ୟାଳୟର ୧୭ ବିଶିଷ୍ଟ ତଥ୍ୟାବଳୀ କୁ ନିୟମିତ ଅପଡେଟ,ପ୍ରଥମ ଅପିଲ କତୃପକ୍ଷ ଙ୍କ ଦାୟିତ୍ଵ ଓ ଆବେଦନ ଖାରଜ ହେଲେ ଅନୁସରଣ କରାଯାଉଥିବା ଆଇନଗତ ପ୍ରକ୍ରିୟା,ଆବେଦନ ଶୁଳ୍କ ଓ ନକଲ ପ୍ରଦାନ ପାଇଁ ଧାର୍ଯ୍ୟ ହୋଇଥିବା ଅର୍ଥ ରାଶି ପାଇଁ ସ୍ଵତନ୍ତ୍ର ବ୍ୟାଙ୍କ ଖାତା,ତୃତୀୟ ପକ୍ଷ ଅଡିଟ ଉପରେ ବିଶେଷ ଆଲୋଚନା କରିଥିଲେ ଓ ପିପିଆଇଟି ମାଧ୍ୟମରେ ତାଲିମ ଦେଇଥିଲେ।
କର୍ମଶାଳାରେ ଯୋଗ ଦେଇଥିବା ବକ୍ତା ଓ ଅଧ୍ୟକ୍ଷ ବିଶେଷ ଭାବରେ ସୁଚନା ଅଧିକାର ଆଇନ କୁ ସ୍ୱଚ୍ଛ ଶାସନ ର ଦର୍ପଣ ଭାବେ ତୁଳନା କରି ପ୍ରଶାସନରେ ପାରଦର୍ଶିତା ଓ ଦାୟିତ୍ଵବୋଧ ରହିଲେ ସୁଚନା ଅଧିକାର ଆଇନ ଆହୁରି ସୁଦୃଢ଼ ହେବ ଏବଂ ଜନସାଧାରଣ ଙ୍କ ବିଭିନ୍ନ ତଥ୍ୟ ପ୍ରଦାନ ପାଇଁ ସରକାରୀ ଅଧିକାରୀ ଯତ୍ନବାନ ହେବାକୁ କହିଥିଲେ।
ଏହି କର୍ମଶାଳାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟର ଜନ ସୁଚନା ଅଧିକାରୀ,ସହ ଜନ ସୁଚନା ଅଧିକାରୀ,ସହରର ବରିଷ୍ଠ ନାଗରିକ, ଡିଗ୍ରୀ ମହାବିଦ୍ୟାଳୟ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସୁଚନା ଅଧିକାର ଆଇନ ଉପରେ ପ୍ରଶିକ୍ଷଣ ନେଇଥିଲେ।ସୁଚନା ଅଧିକାର ଆଇନ ଉପରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଷ୍ଠିତ ମହାବିଦ୍ୟାଳୟ ସ୍ତର ଇଂରାଜୀ ଓ ବକ୍ତୃତା ପ୍ରତିଯୋଗୀତା ର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅଧ୍ୟକ୍ଷ ସାର୍ଟି ଫିକେଟ୍ ଓ ନଗଦ ଅର୍ଥ ରାଶି ପୁରସ୍କାର ପ୍ରଦାନ କରିଥିଲେ।କର୍ମଶାଳାରେ ଡେପୁଟୀ କଲେକ୍ଟର ମନ ମୋହନ ସାହୁ, ସମିନା ଅକତାରି, ସହକାରୀ ଜିଲ୍ଲାପାଳ ଶିବ ଶଙ୍କର ପାଢ଼ୀ,ଡି ଏସ ଓ,ଡି ଏଲ ଓ, ବରିଷ୍ଠ ନାଗରିକ ରାଧାନାଥ ବେହେରା, ରାମ ମୂର୍ତ୍ତି ପଟ୍ଟନାୟକ ,ବିଜୟ ଚୌଧୁରୀ,ମନୋରମା ମାଝି ପ୍ରମୁଖ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.