ବାଲେଶ୍ୱର, ତାରିଖ- ୦୮/୦୩/୨୦୨୬: କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କର ନିର୍ଦ୍ଧେଶ କ୍ରମେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ସ୍ଥାନୀୟ ଆଈ ଟି ଆଇ ଛକରେ ଥିବା ଇନଡୋର୍ ଷ୍ଟାଡିୟମ ଗତ ତା. ୦୬.୦୩.୨୦୨୬ ରିଖ ଠାରୁ ଆରମ୍ଭ ହୋଇ ଆଜି ତା. ୦୮.୦୩.୨୦୨୬ ରେ ଉଦଯାପନ ହୋଇଅଛି। ଯାହାର ପ୍ରସଙ୍ଗ ‘ଶକ୍ତି ସ୍ୱରିପିଣୀ’, ‘ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର’ ଏବଂ ‘ଶକ୍ତିର ଗତି, ରାଷ୍ଟ୍ରର ପ୍ରଗତି’ ରହିଥିଲା । ଏହି କ୍ରମ ରେ ଆଜି ଦିନର କାର୍ଯ୍ୟକ୍ରମର ପ୍ରସଙ୍ଗ ‘ଶକ୍ତି ର ଗତି ରାଷ୍ଟ୍ରର ପ୍ରଗତି’ ଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା, ବରିଷ୍ଠ ସାମ୍ବାଦିକ ତଥା ସାହତ୍ୟିକ ଶ୍ରୀ ସର୍ବେଶ୍ୱର ଦାସ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଉଦଯାପନ କରିବା ସହ ନାରୀ ଶକ୍ତିର ଗତି କିପରି ରାଷ୍ଟ୍ରର ପ୍ରଗତି ରେ ସହାୟକ ହେବ ସେ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପରେ ମହିଳା ମାନଙ୍କୁ ନେଇ ଏକ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଥିଲା ଯାହାକୁ ମୁଖ୍ୟ ଅତିଥି ପତାକା ପ୍ରଦର୍ଶନ କରି ଶୁଭାରମ୍ବ କରିଥିଲେ, ଏହି ପଦଯାତ୍ରା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ରୁ ବାହାରି ଷ୍ଟେସନ୍ ଛକ ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି ପ୍ରତ୍ୟାବର୍ତନ କରିଥିଲେ । ଆଜିର ପଦଯାତ୍ରାରେ ରେ ବିଭିନ୍ନ ବର୍ଗର ୩୦୦ ରୁ ଉର୍ଦ୍ଧ ମହିଳା ଭାଗ ନେଇଥିଲେ । ଏହା ସହ କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ଥରରେ ପଦକ ହାସଲ କରିଥବା ଜଣେ ମହିଳା କ୍ରୀଡ଼ାବିତ୍ ଙ୍କୁ ସମ୍ମାନିତ କରାଯାଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ମଞ୍ଚ ପରିଚାଳନା କରିବା ସହ ପଦଯାତ୍ରା କୁ ସଫଳ ରୂପାୟନ କରିଥିଲେ । ପରିଶେଷରେ ଶ୍ରୀ ଜେନା ଏହି ୩ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତ ମହିଳା ତଥା ଅନ୍ୟ ସହଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post