ମହିଳା ସ୍ନାତକ ମହାବିଦ୍ୟାଳୟ ରେ ‘ବୃତ୍ତି ପରାମର୍ଶ ‘ ସମ୍ପର୍କ ରେ କାର୍ଯ୍ୟକ୍ରମ

12

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟର ‘ଶକ୍ତିଶ୍ରୀ ସଶକ୍ତିକରଣ କୋଷ’ ଆନୁକୂଲ୍ୟରେ ‘ବୃତ୍ତି ପରାମର୍ଶ’ ସମ୍ପର୍କ ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ସାହୁ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ଏମ୍ ବି ଏ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଦେବାଶିଷ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଭିନ୍ନ ବୃତ୍ତି ସମ୍ପର୍କ ରେ ଆଲୋକପାତ କରିଥିଲେ ଏବଂ ଏମ୍.ବି.ଏ ପାଠ୍ୟକ୍ରମ ବିଷୟ ରେ ବିଷଦ ଆଲୋଚନା କରିଥିଲେ। ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ର ବିଭିନ୍ନ ବିଭାଗ ର ସହକାରୀ ପ୍ରାଧ୍ୟାପକ ଶ୍ରୀ ଶିବପ୍ରସାଦ ପାଟ୍ଟଯୋଶୀ , ଶ୍ରୀ ଜଗନ୍ନାଥ ପ୍ରସାଦ ଭୁକ୍ତା , ଶ୍ରୀ ମନୋଜ କୁମାର ବିଶ୍ୱାଳ ଏବଂ ଶ୍ରୀ ପ୍ରାଣକୃଷ୍ଣ ମହାନ୍ତି ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀମାନଙ୍କୁ ଅନୁପ୍ରେରିତ କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ବରଦା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.