ପ୍ରସ୍ତାବିତ ନେରେଡି ବ୍ୟାରେଜ ପ୍ରକଳ୍ପର ସର୍ଭେ କାମକୁ ତ୍ୱରାନ୍ୱିତ କରିବା ସକାଶେ କେନ୍ଦ୍ରୀୟ ଟିମଙ୍କ ଗଜପତି ଗସ୍ତ

7

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପ୍ରସ୍ତାବିତ ନେରେଡି ବ୍ୟାରେଜ ପ୍ରକଳ୍ପର ସର୍ଭେ କାମକୁ ତ୍ୱରାନ୍ୱିତ କରିବା ସକାଶେ କେନ୍ଦ୍ରୀୟ ଟିମ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖଣ୍ଡାବା ପଞ୍ଚାୟତରେ ପହଂଚି ବଂଶ ଧାରା ନଦୀ ତଟ ବର୍ତ୍ତୀ ଅଞ୍ଚଳ ଅନୁଧ୍ୟାନ କରି ବ୍ୟାରେଜ ନିର୍ମାଣ ସକାଶେ ଆବଶ୍ୟକ ଜମି ଓ ଭୌଗୋଳିକ ସ୍ଥତି ପରଖି ଥିଲେ। ଏହି ସର୍ଭେ କାର୍ଯ୍ୟକ୍ରମରେ କେନ୍ଦ୍ରରୁ ପାଞ୍ଚ ଜଣ , ଆନ୍ଧ୍ର ଓ ଓଡିଶା ରୁ ତିନି ଜଣ ସାମିଲ ହୋଇ ଥିଲେ। ମୁଖ୍ୟତଃ ବଂଶ ଧାରା ତଟ ବର୍ତ୍ତୀ ରେ ରହିଥିବା ଖଣ୍ଡାବା , ପୁରୀତିଗୁଡା , ସାରା ଓ ବାଡ଼ି ଗାଁ ଗ୍ରାମ ଗୁଡିକୁ ପ୍ରାଥମିକ ପର୍ଯ୍ୟାୟ ରେ ନେଇ ସର୍ଭେ କାମ ଆରମ୍ଭ କରିଥିଲେ।
ସେହିପରି ବଂଶଧାରା ନଦୀ ଆର ପଟ ଥିବା ଆନ୍ଧ୍ର ଉପକୂଳ ବର୍ତ୍ତୀ ଗ୍ରାମ ଗୁଡିକୁ ମଧ୍ୟ୍ୟ ଏହି ତିନୋଟି ଟିମ ଗସ୍ତ କରି ସର୍ଭେ କାମ କରିଥିବା ସ୍ଥାନୀୟ ତହସିଲଦାର ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି।
ଏହି ସର୍ଭେ କାର୍ଯ୍ୟକ୍ରମ ରେ କେନ୍ଦ୍ରୀୟ ଜଳ ଆୟୋଗ ଯୋଜନା ବୋର୍ଡ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ନବୀନ , ଭୁବନେଶ୍ୱର କେନ୍ଦ୍ରୀୟ ଜଳ ଆୟୋଗ ର ଅଧିକ୍ଷଣ ଯନ୍ତ୍ରୀ ତଥା ସଦସ୍ୟ ସଚିବ ଆଦିତ୍ୟ ଶର୍ମା , ଗଞ୍ଜାମ ଓ ଗଜପତି ଜିଲ୍ଲା ଅଧିକ୍ଷଣ ଯନ୍ତ୍ରୀ ଓ ସ୍ଥାନୀୟ ତହସିଲଦାର ସୁଧୀର କୁମାର ନନ୍ଦ ଉପସ୍ଥିତ ଥିଲେ। ନେରେଡି ବ୍ୟାରେଜ ଜମି ଅଧିଗ୍ରହଣ ପରେ ଜମି ହରେଇ ଥିବା ଜମି ମାଲିକ ମାନଙ୍କୁ ଉଚିତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଆନ୍ଧ୍ର ସରକାରଙ୍କ ତରଫରୁ ଆସିଥିବା ବିଭଗୀୟ ଅଧିକାରୀ ମାନଙ୍କୁ ସମିତି ସଭ୍ୟ ଜଗନ୍ନାଥ ଦୋରା , ସରପଞ୍ଚ ଓ ନାଏବ ସରପଞ୍ଚ ରକମ ସତୀଶ ଦାବୀ ଉପସ୍ଥାପନା କରିଥିଲେ। ଡ୍ରନ ମାଧ୍ୟମରେ ମଧ୍ୟ ସର୍ଭେ କାମ କରିବା ପାଇଁ ବ୍ୟବସ୍ତା ଥିବା ସୂଚନା ମିଳିଛି।

Leave A Reply

Your email address will not be published.