ଟିଟିରେ ରାଜ୍ୟ ପାଇଁ ଗୌରବ ଆଣିଲେ ରାକେଶ

0 2

ଭୁବନେଶ୍ବର : ଭିଆଇଟି ଭୋପାଳ ବିଶ୍ବବିଦ୍ଯାଳୟରେ ଆୟୋଜିତ ହୋଇଥିଲା “ଆଦଭିତ୍ୟ ସ୍ପୋର୍ଟ୍ସ ଫେଷ୍ଟ ୨୦୨୬” । କିଟ ବିଶ୍ବବିଦ୍ଯାଳୟରୁ ରାକେଶ ରଞ୍ଜନ ସାହୁ ପ୍ରତିନିଧିତ୍ବ କରି ପୁରୁଷ ଟେବୁଲ ଟେନିସ (ଟିଟି) ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଗତ ମାସ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଫାଇନାଲରେ ରାକେଶ ୩-୦ରେ ପଶ୍ଚିମବଙ୍ଗ ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ । ଭୋପାଳରୁ ଫେରିବା ପରେ ସେ କିଟ-କିସର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ସାକ୍ଷାତ କରିଥିଲେ ।

“କିଟ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ଅଚ୍ୟୁତ ସାର, ଗଗନେନ୍ଦୁ ସାର ଓ ରଶ୍ମିତା ମାଡାମଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛି । ପ୍ରତିଯୋଗିତା ବହୁତ ସଂଘର୍ଷପୂର୍ଣ୍ଣ ହୋଇଥିଲା । ବହୁ ରାଙ୍କିଙ୍ଗ ପିଲା ଆସିଥିଲେ । ସେମାନଙ୍କୁ ହରାଇ ଚାମ୍ପିଅନ ହୋଇଥିବାରୁ ବହୁତ ଖୁସି ରହିଛି ବୋଲି ରାକେଶ କହିଛନ୍ତି ।

Leave A Reply

Your email address will not be published.