ବାଲେଶ୍ୱର, ତାରିଖ- ୦୮/୦୩୦୧୦୨୬: ଆଜି ସକାଳ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ପାଳନ କରଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପୁରୀ ରୁ ଭର୍ଚୁଆଲ ମୋଡ୍ ରେ ଯୋଡ଼ି ଥିଲେ। ଏବଂ ତାଙ୍କ ନିର୍ଦ୍ଦେଶ ରେ ଡି ବି ଟି ମାଧ୍ୟମରେ ଅର୍ଥରାଶି ହିତାଧିକାରୀଙ୍କ ଆକାଉଣ୍ଟ ରେ ଡିପୋଜିଟ୍ ହୋଇଥିଲା
ଆଜିକାର ଗାନ୍ଧୀ ସ୍ମୃତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଧୂପ, ଦ୍ଵୀପ ପ୍ରଜ୍ଜ୍ୱଳନ କଲାପରେ ସଭା କାର୍ଯ୍ୟଟି ଆରମ୍ଭ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ବାଗତ ଭାଷଣ ଦେଇଥିଲେ। ଏଠାରେ ମାନ୍ୟବର ସରକାରୀ ଦଳର ଉପ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହିତ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଡିଏସପି ଶ୍ରୀମତୀ ନିବେଦିତା ସୋରେନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ, ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ନୀର୍ଲିପ୍ତା ମହାନ୍ତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ପ୍ରତିଭା ବେହେରା ପ୍ରମୁଖ ମଞ୍ଚାସ୍ବିନ ଥିଲେ ।
ନାରୀ ହେଉଛନ୍ତି ସୃଷ୍ଟିର ଆଧାର। ଜନ୍ମ ଦେବାରୁ ଆରମ୍ଭ କରି ସମାଜ ଗଠନ ପର୍ଯ୍ୟନ୍ତ ସେମାନଙ୍କର ଅବଦାନ ଅସୀମ । ସେମାନଙ୍କୁ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ସୁରକ୍ଷା ଦିଗରେ ସଶକ୍ତିକରଣ କରିବା ହେଉଛି ଅନ୍ତର୍ଜାତୀୟ ମହିଳା ଦିବସର ଉଦ୍ଦେଶ୍ୟ । ଆଜି ଆମେ ଗର୍ବ ସହିତ କହିପାରିବା ଯେ ନାରୀମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରୁଛନ୍ତି। ଶିକ୍ଷା, ବିଜ୍ଞାନ, ରାଜନୀତି, ଖେଳ, ଅନ୍ତରିକ୍ଷ ଅନୁସନ୍ଧାନ, ସେନା, ବ୍ୟବସାୟ—ସମସ୍ତ କ୍ଷେତ୍ରରେ ନାରୀମାନେ ଅପୂର୍ବ ସଫଳତା ଲାଭ କରୁଛନ୍ତି। ଏହିପରି ଅନେକ ଗୁଣାତ୍ମକ ମାନର କଥା ଗୁଡ଼ିକ ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ ।
ଏହା ପରେ ପରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ
ପୁରୀ ରୁ ଭର୍ଚୁଆଲ ମୋଡ୍ ରେ ଯୋଡ଼ି ଥିଲେ ଏବଂ ତାଙ୍କ ନିର୍ଦ୍ଦେଶ ରେ ଡି ବି ଟି ମାଧ୍ୟମରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିର ଅର୍ଥରାଶି ହିତାଧିକାରୀଙ୍କ ଆକାଉଣ୍ଟ ରେ ଡିପୋଜିଟ୍ ହୋଇଥିଲ। । ମୁଖ୍ୟମନ୍ତ୍ରୀ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ସୁଭଦ୍ରା ଯୋଜନାର ପ୍ରତ୍ୟେକ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ୫୦୦୦ ଟଙ୍କା ଲେଖାଏଁ ମୋଟ ୫,୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ IIM ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ସୁଭଦ୍ରା ସମୀକ୍ଷା ରିପୋର୍ଟ ଉନ୍ମୋଚନ କଲେ । ସୁଭଦ୍ରା ମା ମାନଙ୍କ ଆତ୍ମବିଶ୍ୱାସ ଓ ପରିଶ୍ରମ ଦ୍ୱାରା ଏକ ବିକଶିତ , ସମୃଦ୍ଧ ଓଡିଶା ଗଠନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମାତ୍ର ଦେଢ଼ ବର୍ଷ ଭିତରେ ଆମ ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ଅଦ୍ଭୁତ ପୂର୍ବ ପରିବର୍ତ୍ତନର ବାର୍ତ୍ତାବହ ହୋଇପାରିଛି | ଆଗାମୀ ଦିନରେ ଅଧିକରୁ ଅଧିକ ମା ଏହି ପରିବର୍ତ୍ତନ ଯାତ୍ରାରେ ସାମିଲ ହେବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝି ସୁଭଦ୍ରା ଯୋଜନା ଅନ୍ତର୍ଗତ ଚତୁର୍ଥ କିସ୍ତି ପ୍ରଦାନ ତଥା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ କହିଛନ୍ତି |
ଉପସ୍ଥିତ ସୁଭଦ୍ରା ଭଉଣୀ ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ କରିବାରେ ଆମର ସୁଭଦ୍ରା ଯୋଜନା ସଫଳ ହୋଇଛି ଓ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରି ସ୍ୱତନ୍ତ ପରିଚୟ ଦେଇଛି | ସୁଭଦ୍ରା ଯୋଜନା ଆଜି ରାଜ୍ୟର ମହିଳା ମାନଙ୍କ ପାଇଁ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରତାର ସ୍ରୋତ ହୋଇପାରିଛି |
ସୁଭଦ୍ରା ଯୋଜନା ଜରିଆରେ ସଫଳତା ପାଇଥିବା ହିତାଧିକାରୀଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା ସଶକ୍ତିକରଣ ହେଉଛି ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା ଏବଂ ସୁଭଦ୍ରା ଯୋଜନା ଏହାର ଏକ ସଫଳ ଉଦାହରଣ । ଅନୁଗୁଳ, ବଲାଙ୍ଗୀର, ବରଗଡ଼, ଭଦ୍ରକ ଓ କଟକ ଭଳି ଅନେକ ଜିଲ୍ଲାର ମହିଳାମାନେ ଏହି ସହାୟତା ରାଶିକୁ ବ୍ୟବହାର କରି ଛତୁ ଚାଷ, କୁକୁଡ଼ା ପାଳନ, ବାଉଁଶ ବ୍ୟବସାୟ ଓ ଛୋଟ ବ୍ୟବସାୟ ଆରମ୍ଭ କରି ସଫଳତାର ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ । ସମୃଦ୍ଧ ଓଡିଶା ଓ ବିକଶିତ ଗଠନ ହେବ ମହିଳାମାନଙ୍କ ନେତୃତ୍ୱରେ | ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଥିବା ବେଳେ ୨୦୪୭ ସୁଦ୍ଧା ୬୦ ଲକ୍ଷ ‘ଲକ୍ଷପତି ଦିଦି’ ଓ ୧୦ ଲକ୍ଷ ‘ମିଲେନିଆର ଦିଦି’ ସୃଷ୍ଟି କରିବା ପାଇଁ ଆମର ଲକ୍ଷ୍ୟ ରହିଛି |
ସେ ପୁଣି କହିଥିଲେ ଯେ ମହିଳାଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ଆର୍ଥିକ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ଆମ ସରକାର ଆରମ୍ଭ କରିଛନ୍ତି । ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’, ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଓ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା’ ମହିଳାଙ୍କ ସୁରକ୍ଷା ଓ ସମୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଅବସରରେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବ୍ରହ୍ମଗିରି ବିଧାୟକ ଶ୍ରୀମତୀ ଉପାସନା ମହାପାତ୍ର , ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ , ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ପ୍ରକାଶ ମିଶ୍ର ,ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶିକା ଶ୍ରୀମତୀ ମନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ |
Sign in
Sign in
Recover your password.
A password will be e-mailed to you.
Next Post