(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ତା:୦୭-୦୩-୨୦୨୬ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦୀଲିପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲଣ ଓ ଧରପଗଡ ଅନୁଷ୍ଠିତ ହୋଇଥିଲା । ଭୋର ସମୟରେ ହଠାତ୍ ଉପ ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁଇ ଡେପୁଟି କଲେକ୍ଟର ଶୁଭ୍ରସ୍ନାତ ରାଉତ୍, ଯୋହନ ବଡଭୁୟାଁ, ଦୁଇ ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥି, ସୁଶ୍ରୀ ଦୀପାରାଣୀ ବେହେରା, କନିଷ୍ଠ ଖଣି ଅଧିକାରୀ ରାଜେନ୍ଦ୍ର ବିଶୋୟୀଙ୍କ ସହ ବାଲିଖାଦାନ ଚଡାଉ କରି ୦୭ (ସାତ)ଗୋଟି ଟ୍ରାକ୍ଟର ଜବତ କରିଥିଲେ । ଟ୍ରାକ୍ଟର ଗୁଡିକର କାଗଜପତ୍ର ଅବୈଧ ଥିବା ସହ ଚାଳକ ମାନଙ୍କ ଲାଇସେନ୍ସ୍ ନଥିଲା ଓ ଅନୁମତି ଠାରୁ ଅଧିକ ବାଲି ଉଠାଣ ହୋଇଥିବା ନଜରକୁ ଆସିଥିଲା । ପ୍ରତିଦିନ ବେଆଇନ ବାଲି ଚାଲଣ ହେଉଥିବା ଖବର ବାରମ୍ବାର ଉପ ଜିଲ୍ଲପାଳଙ୍କ ନଜରକୁ ଆସିବା ପରେ ଓ ଇସ୍ପାତ ଓ ଖଣି ବିଭାଗ ଦ୍ୱାରା ଜାରି ହୋଇଥିବା ନୂତନ ମାନକ କାର୍ଯ୍ୟାନୁଷ୍ଠାନ ପ୍ରଣାଳୀ (SOP)ନଂ: ୨୩୪୫ ତା:୦୨-୦୩-୨୦୨୬ ଅନୁଯାୟୀ ଚଡାଉ କରାଯାଇଥିଲା । ଆଜି ମୋଟ ୦୭ଟି ଟ୍ରାକ୍ଟରରୁ ୩,୫୬,୫୫୨/- ଟଙ୍କା ଖଣି ବିଭାଗ ତରଫରୁ ଫାଇନ କରାଯାଇଥିଲା ଓ ଚାଲଣ ମାଧ୍ୟମରେ ଅଦାୟ କରାଯଇଥିଲା । ଗତ ୦୫-୦୩-୨୦୨୬ତାରିଖ ଦିନ ବେଆଇନ ବାଲି ଚାଲଣ ହେଉଥିବା ଏକ ଟିପର ଖଣି ବିଭାଗ ଓ ପୋଲିସ ବିଭାଗ ଦ୍ୱାରା ଜବତ କରି ସେହି ଟିପର ମାଲିକଙ୍କ ଠାରୁ ୪,୦୧,୨୯୬/- ଟଙ୍କା ଖଣି ବିଭାଗ ତରଫରୁ ଜରିମାନା ଆଦାୟ କରାଯାଇଥିଲା । ଆଗାମୀ ଦିନରେ ବେଆଇନ ବାଲି ଚାଲଣ, ଅବୈଧ କାଗଜପତ୍ର ସହ ବାଲି ଉଠାଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.