ଗଜପତିର ଛାତ୍ରୀ ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ମନୋନୀତ

11

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଗୋଷାଣୀ ପିଏମଶ୍ରୀ ସରକାରୀ ହାଇସ୍କୁଲର ଛାତ୍ରୀ କାଲାବାଲା ପୁଣ୍ଯବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (୨୦୨୬-୨୭)ରେ ନିଜର ପ୍ରକଳ୍ପ ଉପସ୍ଥାପନା କରିବାପାଇଁ ମନୋନୀତ ହୋଇଛନ୍ତି।
ଏଥିପାଇଁ ଭୂବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ମନୋନୟନ କରାଯାଇଥିଲା। ୩୦୦ ଟି ବିଭିନ୍ନ ବିଜ୍ଞାନ ସମ୍ୱନ୍ଧୀୟ ପ୍ରକଳ୍ପ ମଧ୍ୟରୁ ପୁଣ୍ଯବତୀଙ୍କର “ଷ୍ଟଡି ଅଫ୍ ଇକୋ-ବାୟୋ ଇନସେକ୍ଟିସାଇଡ୍ସ ଇନ୍ କ୍ରପ୍ ଏନରିଚମେଣ୍ଟ” ସମସ୍ତ ଜୁରୀଙ୍କୁ ଆକର୍ଷିତ ଏବଂ ସେମାନେ ଏହି ଛାତ୍ରୀଙ୍କ ପ୍ରକଳ୍ପକୁ ଜାତୀୟସ୍ତରରେ ଭାଗ ନେବାକୁ ମନୋନୀତ କରିଥିଲେ।
ଏହି ପ୍ରକଳ୍ପ ରାସାୟନିକ ପଦାର୍ଥ ବିନା ଏକ ଇକୋ ସମନ୍ଵୟ ଏବଂ ଜୈବ ବିବିଧତା ଯାହା ଚିରସ୍ଥାୟୀ କୃଷି ବିକଳ୍ପ ପାଇଁ ଶ୍ରେଷ୍ଠ ତାହା ସେ ନିଜ ଉପସ୍ଥାପନାରେ ପ୍ରମାଣିତ କରିଥିଲେ। ଏହି ପ୍ରକଳ୍ପ ଉପସ୍ଥାପନା ପାଇଁ ନିଜର ନବସୃଜନ ଜ୍ଞାନକୁ ଉନ୍ମୁକ୍ତ କରିଥିବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ , ବିଜ୍ଞାନ ନିରିକ୍ଷକ ଓ୍ଵାଇ.କ୍ରିଷ୍ଣାରାଓ , ଗୋଷାଣୀ ବିଇଓ ଟି. କିଶୋର ଏବଂ ଏବିଇଓ ଏନ୍. ବିମଳ ପୁଣ୍ଯବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.