ଜିଲ୍ଳା ସଦର ମହକୁମାରେ ଉଦ୍ଘାଟନ ହେଲା ସାଇବର ଓ ଅର୍ଥନୈତକ ଅପରାଧ ଥାନା

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ତା ୭/୩: ମାଲକାନଗିରି ଜିଲ୍ଲା ସଦର ମହକୁମା ରେ ସାଇବର ଓ ଅର୍ଥନୈତକ ଅପରାଧ ଥାନାର ଉଦ୍ଘାଟନ ହୋଇଯାଇଛି | ସାରା ରାଜ୍ୟରେ ଗତକାଲି ବିଭିନ୍ନ ସ୍ଥାନରେ ଏହି ଥାନାକୁ ଭିଡିଓ କଂଫରେନ୍ସ ଯୋଗେ ଉଦ୍ଘାଟନ କରାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥ‌ିବ ପୁରୁଣା ଥାନାରେ ଏହି ସାଇବର ଥାନାର ଶୁଭାରମ୍ଭ ହୋଇ ଯାଇଛି | ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେଶର ଗୃହମନ୍ତ୍ରୀ ଅମିତ ସାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଅନ୍ୟମାନେ ଥିବା ବେଳେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ଏହି ସାଇବର ଥାନା ଉଦ୍ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଏସପି ବିନୋଦ ପାଟିଲ ଏଚ୍ , ଅତିରିକ୍ତ ଏସପି ଡିଆଇବି ରାଜକିଶୋର ଦାସ, ପୌର ପରିଷଦ ଉପଧକ୍ଷା କବିତା ମହନ୍ତଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ଜିଲ୍ଲାରେ ସାଇବର ଅପରାଧ ବୃଦ୍ଧି ପାଇଛି, ପୂର୍ବରୁ ସାଧାରଣ ଥାନାରେ ଏହି ମାମଲା ରୁଜ୍ଜୁ ହୋଇ ତଦନ୍ତ ହେଉଥିବା ବେଳେ ଆଗାମୀ ଦିନରେ ସାଇବର ଥାନାରେ ଏହି ମାମଲା ଗୁଡିକ ରୁଜୁ ହୋଇ ଏହାର ସ୍ୱତନ୍ତ୍ର ତଦନ୍ତ କରିବାରେ ଏହି ଥାନା ସହାୟକ ହେବ ବୋଲି ଏସପି ଶ୍ରୀ ପାଟିଲ ସୂଚନା ଦେଇଛନ୍ତି । ଏହି ଉଦ୍ଘାଟନୀ ଉତ୍ସବ ରେ ସହର ର ବହୁ ବୁଦ୍ଧିଜିବୀ, ବରିଷ୍ଠ ନାଗରିକ ତଥା କିଛି ସରପଞ୍ଚ ଙ୍କ ସମେତ ବହୁ ପୋଲିସ ଅଧିକାରି ଙ୍କ ସହ ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.