ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭଞ୍ଜନଗର ବ୍ଳକ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଅଦ୍ୟ ଦିବସ ଶନିବାର ରେ ଭଞ୍ଜନଗର ପଞ୍ଚାୟତ ସମିତି ସଭାଗୃହ ଠାରେ ପାଳନ କରାଯାଇଛି। ସାଧାରଣତଃ ପ୍ରତିବର୍ଷ ମାର୍ଚ୍ଚ ଆଠ ତାରିଖରେ ପାଳନ ହୁଏ ଆନ୍ତର୍ଜାତୀୟ ମହିଳା ଦିବସ। କିନ୍ତୁ ଏଠାରେ ପୂବରୁ ଅର୍ଥାତ୍ ଆଜି ୭ ତାରିଖ ଶନିବାର ଦିନ ପାଳନ କରାଯାଇଛି,କାରଣ ଉକ୍ତ ଦିନ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲା ମୂଖ୍ୟାଳୟ ଛତ୍ରପୁର ଠାରେ ଏହି କାର୍ଯ୍ୟକ୍ରମ ସହିତ ସୁଭଦ୍ରା ଯୋଜନା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଅଛି। ତେଣୁ ବ୍ଳକ୍ ସ୍ତରରେ ଆଜି ଏଠାରେ ପାଳନ କରାଯାଉଥିବା ର ଦେଖାଯାଇଥିଲା।
ଏହି ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମ ପ୍ରଥମେ ସିଡ଼ିପିଓ ଙ୍କ କରକମଳରେ ପ୍ରଥମେ ପ୍ରଦିପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓ ପରେ ପରେ ସମସ୍ତ ଆମନ୍ତ୍ରିତ ସମ୍ମାନନୀୟ ଅତିଥି ଧୁପ ପୁଷ୍ପ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଅର୍ପଣ କରିଥିଲେ। ତତ୍ ସଂଗେ ସଂଗେ ଅତି ସୁନ୍ଦର ଓ ସୁଲଳିତ ତବଲା କଣ୍ଠ ଦାନ ରେ ସ୍ଵାଗତ ସଂଗିତ ପରିବେଷଣ କରାଯାଇଥିଲା। ତବଲା ବାଦକ ଭାବରେ ଆଜି ମିଶନ ଶକ୍ତି ସଂଯୋଜକ ପ୍ରଶାନ୍ତ କୁମାର ନାୟକ ନିଜର କଳା କୁ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଣି ମିଲିମା କୁମାରୀ ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀଣି ଲୋପାମୁଦ୍ରା ରଥ, ଭଞ୍ଜନଗର ଏକକ ସକ୍ଷି ସହାୟକ କେନ୍ଦ୍ର ର ମୁଖ୍ୟ ଅଧିକାରୀଣି ସୁନୀତା ରଥ ଓ କର୍ମକର୍ତ୍ତା ବୃନ୍ଦ, ଉପଖଣ୍ଡ କାର୍ଯ୍ୟାଳୟ ର ପି.ଓ ସଂଗିତା ମିଞ୍ଜ୍ , ଶିକ୍ଷୟିତ୍ରୀ ନମିତା ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ନିଜା ସଫର୍ ହାସିନା, ଡିହ ପଢ଼ାଳ ସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ସି.ଆର୍.ପା, ଏନ୍.ବି.କେ, ଏସ୍.ଏଚ୍.ଜି ମାଆ ମାନେ,ବି ଏଲ୍ ଏଫ୍ ସଞ୍ଚାଳିକା, ବିପିସି ମିସନ୍ ଶକ୍ତି ର ପ୍ରଶାନ୍ତ କୁମାର ନାୟକ, କୋଣ ଅନୁକୋଣରୁ ଆସିଥିବା ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ କାର୍ଯ୍ୟରତ ସମସ୍ତ ଅଞ୍ଚଳ ପରିଚାଳିକା ବୃନ୍ଦ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସିଡ଼ିପିଓ ପଣ୍ଡା ମାତୃ ଗର୍ଭରୁ କନ୍ୟା ଶିଶୁ ସୁରକ୍ଷା, ଶିକ୍ଷା, ଆର୍ଥିକ, ମାନସିକ ସର୍ବୋପରି ଭାବରେ କହିବାକୁ ଗଲେ ଜଣେ କନ୍ୟା ଶିଶୁ କିପରି ଭବିଷ୍ୟତରେ ଜଣେ ସ୍ବାବଲମ୍ବୀ ହୋଇ ଆଗାମୀ ଭବିଷ୍ୟତ ରେ ଜଣେ ସୁଦକ୍ଷ ମହିଳା ହୋଇପାରିବ,ସେ ଦିଗରେ ଆଲୋକପାତ କରି ଖାଦ୍ୟ ଓ ଶାନ୍ତି ପରି ଦୁଇଟି ଶବ୍ଦ ର ଆବଶ୍ୟକତା କୁ ବୁଝାଇଥିଲେ। ତତ୍ ପରେ ଏକକ ସଖି କେନ୍ଦ୍ର ର ମୁଖ୍ୟ ସୁନିତା ରଥ ମହିଳା ମାନଙ୍କ ପାଇଁ ସଖି ସଦର କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋପାମୁଦ୍ରା ରଥ ପ୍ରତ୍ୟେକ ମହିଳା ମାନେ ପ୍ରଥମେ ମାନସିକ ପରିବର୍ତ୍ତନ କୁ ଗୁରୁତ୍ୱ ଦେଇ ବୁଝାଇଥିଲେ ଯେ , ପ୍ରିୟ ଛାତ୍ରଛାତ୍ରୀ ମାନେ କିପରି ଜଣେ ଜଣେ ସୁଦକ୍ଷ ନାଗରିକ ହୋଇପାରିବେ। ଶିକ୍ଷୟିତ୍ରୀ ନମିତା ମିଶ୍ର ନିଜ ଜୀବନ ର ଦୈନନ୍ଦିନ ସ୍ଥିତି ଏବଂ ପରିସ୍ଥିତିକୁ କିପରି ଧିରେ ଧିରେ ଆମେ ସୁଧାରିବା ତାକୁ ଲକ୍ଷ କରି ପିଲାମାନଙ୍କୁ ସଚେତନତା କରିଥିଲେ। ଏହା ସହିତ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମନରେ ଏକ ନୂତନ ଜାଗରଣ ସୃଷ୍ଟି କରାଇପାରିଥିଲେ ଯେ, ମୁଁ ସବୁକିଛି ମୋ ନିଜ ଦ୍ଵାରା ସମସ୍ତ କଷ୍ଟକର କାର୍ଯ୍ୟ ସମ୍ପାଦନ ହୋଇପାରିବ, ମୁଁ ମହାନ୍। ଏହି ବାର୍ତ୍ତା ଓ ନାରା ଆଜିର ଆଲୋଚନା ବୈଠକରେ ଆଲୋଡ଼ନ ସୃଷ୍ଟି କରିଥିଲା। ଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଏଠାରେ ପୁରସ୍କାର ବିତରଣ କରାଯାଇଥିଲା। ସମସ୍ତ ଆୟୋଜିତ କାର୍ଯ୍ୟକ୍ରମ କୁ ସିଡ଼ିପିଓ ମହାଶୟା ନିରିକ୍ଷଣ କରି କାର୍ଯ୍ୟକ୍ରମ କୁ ସଠିକ୍ ଓ ଶାନ୍ତି ଶୃଙ୍ଖଳା ର ସହିତ ଆଗକୁ ବଢାଇଥିଲେ। ବିପିସି ପ୍ରଶାନ୍ତ ନାୟକ ନାରୀ ଓ ପୁରୁଷ ର ସମାନତା ଉପରେ ବୁଝାଇଥିଲେ। ଆଜିର କାର୍ଯ୍ୟକ୍ରମ ଅତି ସୁନ୍ଦର ଭବ୍ୟ ଓ ବିଶେଷ କରି କିଶୋରୀ ଛାତ୍ରୀ ମହିଳା ଓ ଯୁବତୀ ମାନଙ୍କ ନିମନ୍ତେ ଶିକ୍ଷଣୀୟ ଥିଲା। ଶେଷରେ ସଂଯୋଜିକା ଭାଗ୍ୟଲତା ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପନ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post