କେନ୍ଦ୍ରାପଡ଼ା:୦୬.୦୩(ପ୍ରଫୁଲ୍ଲ କୁମାର ମଲ୍ଲ) ମାନ୍ୟବର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହା ଭୁବନେଶ୍ୱର ଇଡକୋ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ କେନ୍ଦ୍ରାପଡ଼ାର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିଥିଲେ। କେନ୍ଦ୍ରାପଡ଼ା ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଏହି ଥାନା କାର୍ଯ୍ୟକାରୀ ହେବ।
ଏହି ଅବସରରେ କେନ୍ଦ୍ରାପଡ଼ାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ବିଜେପି ନେତ୍ରୀ ଶ୍ରୀମତୀ ଗୀତାଞ୍ଜଳି ସେଠୀ, ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର, ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଦ୍ଧାର୍ଥ କଟାରିଆ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟୋତିରଞ୍ଜନ ଗୌଡ଼, ରିଜର୍ଭ ଇନିସ୍ପେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ରଣସିଂହ ଓ ଟାଉନ ଥାନା ଅଧିକାରୀ ଶ୍ରୀ ଶୁଭେନ୍ଦୁ ସାହୁ ସମେତ ପୋଲିସ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ସୂଚନା ଯେ, ଏହି ଅବସରରେ ଶ୍ରୀ ଶାହା କେନ୍ଦ୍ରାପଡ଼ା ଜିଲ୍ଲାର ନୂତନ ଭାବେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏବଂ କରୁଆ ଥାନାର ମଧ୍ୟ ଉଦଘାଟନ କରିଥିଲେ।
ଆଭାସୀ ମାଧ୍ୟମରେ ଶ୍ରୀ ଶାହା ୩୨୭୫ କୋଟି ଟଙ୍କା ବ୍ୟୟରେ ୧୯୯ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭୂମିପୂଜନ କରିଥିଲେ। ସେ କହିଥିଲେ ଯେ ୨୦୨୭ ସୁଦ୍ଧା ଓଡ଼ିଶା ସହିତ ଦେଶର ଅନ୍ୟାନ୍ୟ ରାଜ୍ୟକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ଏହା ସହିତ ସମବାୟ ପୋର୍ଟାଲ, ଅତିରିକ୍ତ ୧୪୧ଟି ଧାନ ମଣ୍ଡୀ, ପ୍ୟାକ୍ସରେ ଜନସେବା କେନ୍ଦ୍ର, ନୂତନ ଡେୟରୀ ଫାର୍ମ, ୨୦ଟି ସାଇବର ଥାନା ଓ ୨୪ଟି ପୋଲିସ ଷ୍ଟେସନ ସମେତ ଅନେକ ପ୍ରକଳ୍ପର ମଧ୍ୟ ଶୁଭ ଉଦଘାଟନ କରିଥିଲେ |ଏହି ନୂତନ ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ମାଧ୍ୟମରେ ସାଇବର ଅପରାଧ ଓ ଅର୍ଥନୈତିକ ଠକେଇ ସମ୍ପର୍କିତ ମାମଲାର ତଦନ୍ତକୁ ଆହୁରି ସୁଦୃଢ଼ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
Prev Post
ଏପ୍ସିଲନ ଫାଉଣ୍ଡେସନ୍ ଦ୍ବାରା ଝାରସୁଗୁଡାରେ ଶିଶୁ ଏବଂ ଚର୍ମ ରୋଗ ସ୍ବାସ୍ଥ୍ୟ ଶିବିର ଆୟୋଜନ : 116 ଜଣ ରୋଗୀ ଉପକୃତ
Next Post