ଝାରସୁଗୁଡା, ୬ ମାର୍ଚ୍ଚ ୨୦୨୬: ଏପ୍ସିଲନ କାର୍ବନ ପ୍ରାଇଭେଟ୍ ଲିମିଟେଡ୍ର CSR ଶାଖା ଏପ୍ସିଲନ ଫାଉଣ୍ଡେସନ୍ ଦ୍ବାରା ଝାରସୁଗୁଡା ଜିଲ୍ଲାର ଶ୍ରୀପୁରା ସମୁଦାୟ କେନ୍ଦ୍ରରେ ଶିଶୁ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ଚର୍ମ ରୋଗ ସମ୍ବନ୍ଧୀୟ ଏକ ବିଶେଷ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା I ଏହି ପଦକ୍ଷେପଟି ଅଞ୍ଚଳରେ ବିଶେଷଜ୍ଞ ସ୍ବାସ୍ଥ୍ୟ ସେବାର ଆବଶ୍ୟକତାକୁ ମନେ rakhi ଗ୍ରହଣ କରାଯାଇଥିଲା ।
ଏହି ସ୍ବାସ୍ଥ୍ୟ ଶିବିରକୁ ଶ୍ରୀପୁରା ସରପଞ୍ଚ ଶ୍ରୀମତୀ ଜସବନ୍ତୀ ପାଣ୍ଡେ ଏବଂ ଜିଲ୍ଲା ପବ୍ଲିକ୍ ହେଲଥ ଅଫିସର ଡା. ବିରିଟିଆ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରୋଗ୍ରାମ୍ ମ୍ୟାନେଜର (DPM) ଦୀପକ ମହାନ୍ତି, ଝାରସୁଗୁଡା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ଏବଂ ଶ୍ରୀପୁରାର PHC ଆରୋଗ୍ୟ ଆୟୁଷ୍ମାନ ମନ୍ଦିରର କର୍ମଚାରୀମାନେ ମଧ୍ଯ ଉପସ୍ଥିତ ଥିଲେ।
ଏହି ଶିବିରରେ ଶିଶୁମାନେ ସହିତ ଚର୍ମ ରୋଗ ସମ୍ବନ୍ଧୀୟ ପରାମର୍ଶ ଆବଶ୍ୟକ ଥିବା ବ୍ୟକ୍ତିମାନଙ୍କୁ ମିଳାଇ ସମୁଦାୟ 116 ଜଣଙ୍କ ନାମ ନିବନ୍ଧନ କରାଯାଇଥିଲା I ସମସ୍ତ ଲାଭାନ୍ୱିତମାନଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ, ରୋଗ ନିର୍ଣ୍ଣୟ, ଚିକିତ୍ସା ସେବା ଏବଂ ଆବଶ୍ୟକ ଔଷଧ ପ୍ରଦାନ କରାଯାଇଥିଲା। ୧୧୬ ଜଣ ରୋଗୀଙ୍କ
ବିଶେଷଜ୍ଞ ଚିକିତ୍ସା ସେବା ସମ୍ବଲପୁର ଜିଲ୍ଲା ହସ୍ପିଟାଲର ଶିଶୁ ଚିକିତ୍ସକ ଡା. ମଦନ ମୋହନ ତ୍ରିପାଠୀ ଏବଂ ଚର୍ମ ରୋଗ ବିଶେଷଜ୍ଞ ଡା। ମାନସ ରଞ୍ଜନ ଦାସଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଏହି ଶିବିରର ନିକଟସ୍ଥ ଅଞ୍ଚଳରେ ଶିଶୁ ସ୍ବାସ୍ଥ୍ୟ ସେବାର ଅଭାବକୁ କମାଇବା ସହ ଅଞ୍ଚଳବାସୀଙ୍କୁ ସମୟୋପଯୋଗୀ ଚିକିତ୍ସା ସହାୟତା ଯୋଗାଇଲା।
ଏହି ପଦକ୍ଷେପକୁ ସ୍ବାଗତ କରି ସରପଞ୍ଚ ଶ୍ରୀମତୀ ଜସବନ୍ତୀ ପାଣ୍ଡେ କହିଥିଲେ “ଆମ ଗ୍ରାମବାସୀଙ୍କ ପାଇଁ ଏପରି ସ୍ବାସ୍ଥ୍ୟ ସେବା ଅତ୍ୟନ୍ତ ଆବଶ୍ୟକ, କାରଣ ନିକଟସ୍ଥ ଅଞ୍ଚଳରେ ଶିଶୁ ଓ ଚର୍ମ ରୋଗ ସମ୍ବନ୍ଧିତ ସେବା ସୁବିଧା ଉପଲବ୍ଧ ନାହିଁ । ଏହି ଗୁରୁତ୍ବପୂର୍ଣ ପଦକ୍ଷେପ ପାଇଁ ମୁଁ ଏପ୍ସିଲନ ଫାଉଣ୍ଡେସନ୍କୁ ଅଭିନନ୍ଦନ ଜଣାଉଛି ।”|
କାର୍ଯ୍ୟକ୍ରମ ସମ୍ପର୍କରେ ଏପ୍ସିଲନ କାର୍ବନ ପ୍ରାଇଭେଟ୍ ଲିମିଟେଡ୍ର ବ୍ୟବସ୍ଥାପକ ନିର୍ଦ୍ଦେଶକ ଶ୍ରୀ ବିକ୍ରମ ହାଣ୍ଡା କହିଥିଲେ, “ଆମ ପାଖା ପାଖ୍ ଥିବା ସମୁଦାୟ ପାଇଁ ଗୁଣ ସମ୍ପନ୍ନ ସ୍ବାସ୍ଥ୍ୟ ସେବା ପ୍ରାପ୍ତି ଏକ ଏକ ମୌଳିକ ଆବଶ୍ୟକତା । ଏପ୍ସିଲନ ଫାଉଣ୍ଡେସନ୍ ମାଧ୍ଯମରେ ଆମେ ଏମିତି ଗଠିତ ପଦକ୍ଷେପକୁ ସମର୍ଥନ କରୁଛୁ ଯାହା ଅଞ୍ଚଳର ସ୍ବାସ୍ଥ୍ୟ ସେବାର ଅଭାବକୁ ପୂରଣ କରେ । ଝାରସୁଗୁଡାରେ ଆୟୋଜିତ ଏହି ସ୍ବାସ୍ଥ୍ୟ ଶିବିର ସମୁଦାୟର କଲ୍ୟାଣ ପ୍ରତି ଆମର ନିରନ୍ତର ପ୍ରତିବଦ୍ଧତା ଏବଂ ଅଞ୍ଚଳର ଦୀର୍ଘମିଆଦୀ ଉନ୍ନତିରେ ଆମର ଭୂମିକାକୁ ପ୍ରକାଶ କରେ ।”
ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ସମୁଦାୟ ବିକାଶ କ୍ଷେତ୍ରରେ ଏପ୍ସିଲନ ଫାଉଣ୍ଡେସନ୍ ଝାରସୁଗୁଡା ଏବଂ ତାହାର କାର୍ଯ୍ୟକ୍ଷେତ୍ରର ଅନ୍ୟାନ୍ୟ ଅଞ୍ଚ ବିଭିନ୍ନ CSR ପଦକ୍ଷେ କ୍ଷେପ ଚାଲୁ ରଖୁଛି, ଯାହା ଏପ୍ସିଲନ କାର୍ବନର ସମାବେଶୀ ଏବଂ ସସ୍ଥାୟୀ ବିକାଶ ପ୍ରତି ଦୀର୍ଘମିଆଦୀ ପ୍ରତିବଦ୍ଧତା ସହ ସମନ୍ବୟରେ ରହିଛି I