କୋୟା ସଂପ୍ରଦାୟର ମହୁଲ ପର୍ବ ।

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ତା ୧/୩ : ମାଲକାନଗିରି ଜିଲ୍ଲାରେ ଆଦିମ ଜନଜାତି ବଣ୍ଡା, ଦିଦାୟୀ, କୋୟା, ପରଜା, ଦୁରୁଆ ଜନଜାତି ବସବାସ କରିଆସୁଛନ୍ତି । ପ୍ରତ୍ୟେକ ଜନଜାତିର ନିଜସ୍ବ ପରଂପରା ଓ ସଂସ୍କୃତି ରହିଛି। ତେବେ ଜିଲ୍ଲାରେ କୋୟା ଜନଜାତିଙ୍କ ଜନସଂଖ୍ୟା ଅଧିକା ରହିଛି। କୋୟା ସଂପ୍ରଦାୟଙ୍କ ପକ୍ଷରୁ ଏବେ ମହୁଲ ପର୍ବ ପାଳନ ହେଉଛି । ଆଦିବାସୀଙ୍କ ଆର୍ଥିକ ଅବସ୍ଥାକୁ ସ୍ବଚ୍ଛଳ କରୁଛି ମହୁଲ ବୃକ୍ଷ । ତେଣୁ ପ୍ରତିବର୍ଷ ଫେବ୍ରୁଆରି ମାସରେ କୋୟା ଜନଜାତି ପ୍ରତ୍ୟେକ ଗାଁରେ ରହିଥିବା ମହୁଲ ଗଛକୁ ପୂଜା କରନ୍ତି। ଗାଁ ର ଦୀସାରୀଙ୍କ ନିର୍ଦେଶକ୍ରମ ଏ ପୂଜା ଅନୁଷ୍ଠିତ ହୋଇଥାଏ। ବିଭିନ୍ନ ଗାଁରେ ଭିନ୍ନ ଭିନ୍ନ ସମୟରେ ଏହି ପୂଜା ଅନୁଷ୍ଠିତ ହୁଏ । ଏହି ପୂଜା ପରେ ଗାଁରେ ବିବାହ, ବ୍ରତ, ଜାନିଯାତ୍ରା ହୋଇଥାଏ। ଗାଁର ଦୀସାରୀଙ୍କୁ ପ୍ରତ୍ୟେକ ଘରୁ ଆସିଥିବା କଳସର ପାଣିକୁ ଗାଧୋଇ ଦିଆଯାଏ | ପରେ ଦୀସାରୀ ଫୁଲ, ଚନ୍ଦନ, ଧୂପ, ନଡ଼ିଆ, କୁକୁଡ଼ା ଇତ୍ୟାଦି ଆଣି ମହୁଲ ଗଛକୁ ପୂଜା କରନ୍ତି । ଏହାପରେ ଲୋକେ ମହୁଲ ଗଛରୁ ମହୁଲ ଫୁଲ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। କୋୟା ଜନଜାତିର ଲୋକମାନେ ମଧ୍ୟ ୧୨ ମାସରେ ତେର ପର୍ବ ପାଳନ କରି ଥାନ୍ତି।

Leave A Reply

Your email address will not be published.