ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ଜିଲ୍ଲା ସ୍ତରୀୟ ଏଚ. ପି. ଭି.(ହ୍ୟୁମାନ ପାପିଲୋମା ଭାଇରସ) ଟୀକାରରଣ ଶୁଭ ଉଦଘାଟନ

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନ ମାଲକାନଗିରି ଠାରେ ଜିଲ୍ଲା ସ୍ତରୀୟ ଏଚ.ପି.ଭି.(ହ୍ୟୁମାନ ପାପିଲୋମା ଭାଇରସ)ଟୀକାକରଣର ଶୁଭ ଉଦଘାଟନ ମାନ୍ୟବର ବିଧାୟକ, ମାଲକାନଗିରି ନରସିଂହ ମIଡକାମୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏହି ଉଦଘାଟନ ସମାରୋହରେ ମୁଖ୍ୟ ଅଥିତି ଭାବେ ସନ୍ନମIନୀୟI ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ମାଲକାନଗିରି ଶ୍ରୀମତୀ ସାମରି ତାଙ୍ଗୁଲୁ, ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପIଦ୍ୟାୟ (ଆଇ.ଏ. ଏସ), ମାନ୍ୟବର ସାଂସଦ ପ୍ରତିନିଧି, ନବରଙ୍ଗପୁର, ଶ୍ରୀଯୁକ୍ତ ସଞ୍ଜୟ ସରକାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଡୋଳIମଣି ପ୍ରଧାନ, ଜିଲ୍ଲା ମୁଖ୍ୟ ଡାକ୍ତରଖାନ ଅଧିକ୍ଷକ, ଡା. ଚୌଧୁରୀ ନିହାର ରଞ୍ଜନ ପ୍ରହରାଜ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ଯାଣ) ଡI. ସୌଭାଗ୍ୟ ରଞ୍ଜନ ରଣସିଙ୍ଗ, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (କୃଷ୍ଟ ରୋଗ), ଡା. ନୀଳମଣି ଟିଲକଚାନ୍ଦ ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକI , ଡା. ମୌସୁମୀ ମିଶ୍ର, ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଚାଳକ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ସାମ୍ବାଦିକ ବନ୍ଦୁଗୋଣ ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ I

HPV ଟୀକା ଜରାୟୁ ଗ୍ରୀବା କର୍କଟର ମୁଖ୍ୟ କାରଣ ସାଜୁଥିବା ହ୍ୟୁମାନ ପାପିଲୋମା ଭାଇରସ ସଂକ୍ରମଣରୁ ସୁରକ୍ଷା ଦେଇଥାଏ। ଏହି ଟୀକା ୦.୫ ମିଲି ପରିମାଣରେ ବାମ ହାତର ଉପରି ଭାଗରେ ମାଂସପେଶୀରେ ଦିଆଯାଏ। ଗୋଟିଏ ଡୋଜ୍ ବା ମାତ୍ରା ଯଥେଷ୍ଟ ସୁରକ୍ଷା ପ୍ରଦାନ କରେ I ବର୍ତମାନ ଏହି ଟୀକା କେବଳ ୧୪-୧୫ ବର୍ଷ ବୟସର ସୁସ୍ଥ କିଶୋରୀ ମାନଙ୍କୁ ଦିଆଯିବ (ଯାହାର ବୟସ ୧୪ ବର୍ଷ ପୁରିଛି କିନ୍ତୁ ୧୫ ବର୍ଷ ପୁରିନାହିଁ)।
HPV ଟୀକା ଏକ ଅଭିଯାନ ମାଧ୍ୟମରେ (୩ମାସ ଅବଧିରେ) ପ୍ରତ୍ୟେକ ଦିନ ଛୁଟିଦିନ ବ୍ୟତୀତ (୯ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ) ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତଥା ସମସ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଦିଆଯିବ। ପରେ ଏହି ଟୀକାକୁ ନିୟମିତ ଟୀକାକରଣ କାର୍ଯ୍ୟ ଦିବସରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ (ପ୍ରଥମ ମାସରେ) ଏହା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରଦାନ କରାଯିବ। ପରବର୍ତ୍ତୀ ୨ ମାସରେ ଏହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଦିଆଯିବା ପାଇଁ ଯୋଜନା ରହିଛି । ଏଥିପାଇଁ ବ୍ୟଗ୍ର ନ ହୋଇ ଟୀକାକରଣ ପାଇଁ ଅପେକ୍ଷା କରନ୍ତୁ। ଟୀକା ନେବା ସମୟରେ ବୟସର ସଠିକତା ନିଶ୍ଚିତ କରିବା ପାଇଁ କିଶୋରୀ ଜଣକ ନିଜ ବୈଧ ପରିଚୟ ପତ୍ର (ଯଥା: ଆଧାରକାର୍ଡ, ସ୍କୁଲ ଆଇଡି କିମ୍ବା ଜନ୍ମ ପ୍ରମାଣପତ୍ର) ଆଣିବା ସହ ପିତା, ମାତା କିମ୍ବା ବୈଧ୍ୟ ଅଭିବଭକ ସହ ଆସିବା ଆବଶ୍ୟକ। ଏହି ଟୀକା ପାଇବା ପାଇଁ ନିଜେ ମଧ୍ୟ U-WIN ପୋର୍ଟାଲ https://uwin.mohfw.gov.in/home ରେ ପଞ୍ଜିକରଣ କରିପାରିବେ। ମାଲକାନଗିରି ଜିଲ୍ଲାରେ ସମୁଦାଯ ୫୫୪୧ ଜଣ ୧୪ ବର୍ଷ ବାଳିକାଙ୍କୁ ଦେବାର ବ୍ୟବସ୍ଥI କରାଯାଇଛି ଏବଂ ଆଜି ଦିନରେ ସମୁଦାଯ ୨୬ ଜଣ ବାଲିକାଙ୍କୁ ଏହି ଟୀକା ଦିଆଯାଇଛି I ଏହି ଟୀକା ସମ୍ପୂର୍ଣ୍ଣ ମାଗଣା ରେ ସମସ୍ତ ସରକାରୀ ଡାକ୍ତରଖାନା ରେ ଉପଲବ୍ଧ ହେବ I ଅଧିକ ସୂଚନା ପାଇଁ ଆପଣଙ୍କ ନିକଟସ୍ଥ ସ୍ବାସ୍ଥ୍ୟ କର୍ମୀ, ଏ ଏନ ଏମ, କିମ୍ବା ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ l
ଏହି ଉଦଘାଟନ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟIଳୟର ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ I

Leave A Reply

Your email address will not be published.