ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ- ୦୧/୩/୨୬: ପଞ୍ଚାୟତରାଜ ବିଭାଗର ଗ୍ରାମୀଣ ବିକାଶ ଯୋଜନା ଅପହଞ୍ଚ ରହିଥିବାର ଏକ ଲଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି -୭୯ ଗ୍ରାମ ରେ । ରାଜେଶ୍ଵରୀ ପଟ୍ଟନାୟକ ଏବଂ ତାଙ୍କ ଝିଅ ଇନ୍ଦିରା ପଟ୍ଟନାୟକ ନାମକ ଦୁଇ ଜଣ ଗରିବ ମହିଳା ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଦିର୍ଘ ବର୍ଷରୁ ଭଙ୍ଗାରୁଜା ଝାଟିମାଟି କୁଡ଼ିଆ ତଥା ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । ବିଭିନ୍ନ ସରସୃପ କୁଡ଼ିଆ ଭିତରେ ପଶିବା ଆଶଙ୍କା ଥିଲେ ସୁଦ୍ଧା ଏମାନଙ୍କ ପାଖେ ଅନ୍ୟ କୌଣସି ଉପାୟ ନାହିଁ । ତେଣୁ କରି ଖରା ଓ ବର୍ଷା ଦିନେ ବିପଦ ପୂର୍ଣ୍ଣ ଅବସ୍ଥାରେ ଦିନ ବିତାଉଛନ୍ତି । ଏବଂ ପର ଘରେ ମୁଲ ଲାଗିଲେ ଘରେ ଚୁଲି ଜଳୁଛି । ଏ ପରିସ୍ଥିତିରେ ନିଜସ୍ବ ଅର୍ଥରେ ଘର ଖଣ୍ଡେ ତିଆରି କରିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି । ଏପରି ନିରାଶ୍ରୟ ମହିଳାଙ୍କ ମୈଳିକ ଆବଶ୍ୟକତା ପୂରଣ ହୋଇନଥିବାରୁ ସମାଜରେ ନିଜର ପରିଚୟ ହୋରାଇ ବସିଛନ୍ତି । ହିତାଧିକାରୀ ଭାବେ ଆବାସ ଗୃହ ଆସୁଛି କିନ୍ତୁ ଘର ପଟ୍ଟା ନାହିଁ ବୋଲି କାର୍ଯ୍ୟାଦେଶ ଦିଆଯାଉନାହିଁ । ସେଥିପାଇଁ ସମାଜରେ ସମ୍ମାନର ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଏବେ ପଟ୍ଟା ଜମିର ଆବଶ୍ୟକତା ପଡ଼ିଛି । ତେଣୁ ଜଣେ ଦରିଦ୍ର ସୀମା ରେଖା ତଳେ ଥିବା ମହିଳା କିପରି ଗୃହ ପାଇବ ସେ ଦିଗରେ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧି ଆନ୍ତରିକତା ସହ ଦୃଷ୍ଟି ଦେବାକୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post