ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ।

2

ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧/୩) :- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ବିଜ୍ଞାନ ଦିବସର ଉଦେଶ୍ୟ କଥନ କହିଥିଲେ । ବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଶିଶୁ ଭାଇ ଭଉଣୀମାନଙ୍କୁ ସି.ଭି. ରମଣ ଙ୍କ ଜୀବନୀ ବିଷୟରେ ମାର୍ଗଦର୍ଶନ କରିଥିଲେ । ବିଜ୍ଞାନ ପ୍ରମୁଖ ମମତା ଗୁରୁମା ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମରେ ପୁରସ୍କୃତ ଭାଇ ଭଉଣୀମାନଙ୍କ ନାମ ଘୋଷଣ କରିଥିଲେ । ସମସ୍ତ କୃତି ଭାଇ ଭଉଣୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ବିଜ୍ଞାନ ବିଭାଗର ଗୁରୁଜୀଗୁରୁମା ମାନଙ୍କ ଦ୍ୱାରା ବିଜ୍ଞାନ ପ୍ରଶ୍ନମଞ୍ଚ ଅନୁଷ୍ଠିତ ହୋଇଥିଲା । କେତେକ ପିଲାମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା । ରଜତ ଗୁରୁଜୀ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ସଂଗ୍ରାମ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.