ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୦୧-୦୩-୨୦୨୬: ମାଲକାନଗିରି ଜିଲ୍ଲା ସ୍ଥିତ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ “ବିକଶିତ ଭାରତ ଯୁବ ସଂସଦ–୨୦୨୬” ଅତ୍ୟନ୍ତ ଉତ୍ସାହ ଓ ଉତ୍କର୍ଷ ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମଟି ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ଓ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏବଂ ଜାତୀୟ ଶିକ୍ଷା ଯୋଜନା ବୁ୍ୟୁରୋ ଭୁବନେଶ୍ୱରଙ୍କ ଆନୁକୂଲ୍ୟରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଯୁବମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଗୁଣ ଓ ରାଷ୍ଟ୍ର ଗଠନରେ ସକ୍ରିୟ ଭାଗିଦାରି ସୃଷ୍ଟି କରିବା। ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ଯୁବ ପ୍ରତିନିଧିମାନେ ସଂସଦୀୟ ପ୍ରଣାଳୀକୁ ଅନୁସରଣ କରି ନିଜ ମତାମତ ପ୍ରକାଶ କରିଥିଲେ। ସେମାନେ ଦେଶର ଉନ୍ନତି, ଶିକ୍ଷା, ପରିବେଶ ସୁରକ୍ଷା, ଡିଜିଟାଲ ଭାରତ, ରୋଜଗାର ସୃଷ୍ଟି ପରି ବିଭିନ୍ନ ଜ୍ୱଲନ୍ତ ବିଷୟ ଉପରେ ତର୍କବିତର୍କ କରି ନିଜ ଦୃଢ ମତ ପ୍ରସ୍ତୁତ କରିଥିଲେ।
ଉଦ୍ଘାଟନୀ ଅଧିବେଶନରେ ଅଧ୍ୟାପିକା ସ୍ମାଇଲ ବୈଷ୍ଣବ ସମସ୍ତ ଅତିଥି ମାନଙ୍କୁ ମଞ୍ଚ ଆହ୍ଵାନ କରିଥିଲେ l ସମସ୍ତ ଅତିଥି ମାନେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଵଳନ କରାଯାଇଥିଲା l ଏହି ଅବସରରେ ଏକ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା l ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇ ଥିଲା l ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦାନ କରିଥିଲେ ମାନ୍ୟବର ମୁଖ୍ୟ ଅତିଥି- ଶ୍ରୀ ନରସିଂହ ମାଡକାମୀ, ମାନ୍ୟବର ବିଧାୟକ, ମାଲକାନଗିରି, ଆଦରଣୀୟ ସମ୍ମାନିତ ଅତିଥି -ଶ୍ରୀ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ପାଳ, ମାଲକାନଗିରି,ଆଦରଣୀୟ ସମ୍ମାନିତ ଅତିଥି- ଯୁବ ଆଦର୍ଶ ବ୍ୟକ୍ତିତ୍ୱ ଶ୍ରୀ ସତବୀର ସିଙ୍ଗ୍ ରିଆର , ଭାରତୀୟ କ୍ରିକେଟ ଟିମର ପୂର୍ବତନ ମ୍ୟାନେଜେର ଏବଂ କାର୍ଯ୍ୟକ୍ରମର ପରିଚାଳକ ଡ. ଦେବାଶିଷ ପାହି (ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଓ ଭିବିଏୱାଇପି ସମନ୍ୱୟକାରୀ)l ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଆଲୋକ କୁମାର ପାତ୍ର ସ୍ୱାଗତ ଭାଷଣରେ କହିଥିଲେ ଯେ, ଯୁବମାନେ ଦେଶର ଭବିଷ୍ୟତ ଓ ସେମାନଙ୍କର ସଚେତନ ଭାଗିଦାରି ମାଧ୍ୟମରେ ଦେଶକୁ “ବିକଶିତ ଭାରତ” ରୂପେ ଗଢ଼ି ତୋଳାଯାଇପାରିବ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ମାଲକାନଗିରି ଶ୍ରୀ ନରସିଂହ ମାଡକାମୀ ଯୋଗଦେଇ ଯୁବମାନଙ୍କୁ ଗଣତନ୍ତ୍ରର ମୂଳ ଆଦର୍ଶକୁ ଅନୁସରଣ କରି ସଚେତନ ନାଗରିକ ହେବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଯୁବପିଢ଼ୀଙ୍କୁ ନେତୃତ୍ୱ ଓ ନବଚେତନାର ମାଧ୍ୟମରେ ସମାଜ ପରିବର୍ତ୍ତନର ଦୂତ ହେବାକୁ ପ୍ରେରିତ କରିଥିଲେ। ଆଉ ଏକ ସମ୍ମାନିତ ଅତିଥି ଭାବେ ଯୁବ ଆଦର୍ଶ ବ୍ୟକ୍ତିତ୍ୱ ଶ୍ରୀ ସତବୀର ସିଂହ ରିଆର, ଭାରତୀୟ କ୍ରିକେଟ ଟିମର ପୂର୍ବତନ ମ୍ୟାନେଜର, ଯୁବମାନଙ୍କୁ ଶୃଙ୍ଖଳା, ପରିଶ୍ରମ ଓ ଦୃଢ଼ ସଙ୍କଳ୍ପର ମହତ୍ତ୍ୱ ବିଷୟରେ ଉଦ୍ବୋଧନ ଦେଇଥିଲେ। ଉଦ୍ଘାଟନୀ ପର୍ବ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଆଲୋକ କୁମାର ପାତ୍ର ସମସ୍ତ ଅତିଥି ମାନଙ୍କୁ ସ୍ମୃତି ଫଳକ ଓ ଉପାୟନ ପ୍ରଦାନ ପୂର୍ବକ ଡ଼. ଦେବାଶିଷ ପାହିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରି ଉଦ୍ଘାଟନୀ ପର୍ବ ସମାପ୍ତ କରିଥିଲେ l
ପରବର୍ତ୍ତୀ ପର୍ଯ୍ୟାୟରେ ୧୮ ରୁ ୨୫ ବର୍ଷର ଯୁବକ ଯୁବତୀ ମାନଙ୍କୁ ନେଇ ଶୀର୍ଷକ –“୫୦ ବର୍ଷର ଜରୁରୀକାଳୀନ ପରିସ୍ଥିତି: ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା’’ ଏହି ଉପରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରତିଯୋଗୀ ମାନେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପ୍ରତିଯୋଗୀ ତାରେ ୨୧୯ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗୀ ତାରେ ବିଚାରକ ଭାବେ ଡ଼.ଉମେଶ ଚନ୍ଦ୍ର ସାହୁ (ସହାୟକ ପ୍ରଫେସର ରାଜନୀତି ବିଭାଗ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଦକ୍ଷିଣ ବିହାର, ଗୟା, ଭାରତ), ଡ. ଲିଙ୍ଗରାଜ ମିଶ୍ର (ଭିକ୍ରମ ଦେବ ବିଶ୍ୱବିଦ୍ୟାଳୟ , ଜୟପୁର , କୋରାପୁଟ ), ଡ.ଚିତ୍ତରଞ୍ଜନ ମଲ୍ଲିକ (ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ , ଭବାନୀପାଟଣା , କଳାହାଣ୍ଡି ), ସୁଶ୍ରୀ ଦୁଲାରୀ କିସକୁ (ସମାଜ ବିଜ୍ଞାନ ବିଭାଗ, ଏମ୍.ଡି.ସି, ନବରଙ୍ଗପୁର ), ଶ୍ରୀ ସରୋଜ କୁମାର ମହାପାତ୍ର (ଡି.ଏନ୍.ଓ, ଏନ୍.ସ.ସ. ମାଲକାନଗିରି ) ଏବଂ ବି.ରମେଶ (ଜିଲ୍ଲା ଯୁବ ଅଧିକାରୀ,ମାଲକାନଗିରି ) ଉକ୍ତ ବିଶିଷ୍ଟ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତ ଅତିଥି, ଛାତ୍ରୀ ଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିସମାପ୍ତି କରିଥିଲେ l
Sign in
Sign in
Recover your password.
A password will be e-mailed to you.