ମହାତ୍ମଗାନ୍ଧୀ ଇଣ୍ଟର ମେସନାଲ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା, 118 ଟି ମଡେଲ ପ୍ରଦର୍ଶିତ।

2

 ବିଜ୍ଞାନ ମେଳା (Science Exhibition) ହେଉଛି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ବୈଜ୍ଞାନିକ ମନୋଭାବକୁ ପ୍ରଦର୍ଶନ କରିବାର ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ।

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣୁପୁର ସଦର ରାମେଶ୍ୱର ନଗର ସ୍ଥିତ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲ ରେ ଜାତୀୟ ବିଜ୍ଞାନ ଦିବସ ଅବସର ରେ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା।ଏହି ଅବସର ରେ ସ୍ୱତନ୍ତ୍ର ଅତିଥି ଭାବେ ଗୁଣୁପୁର ପୌରପାଳିକା ର ଅଧ୍ୟକ୍ଷ୍ୟା ଶ୍ରୀମତୀ ମମତା ଗୌଡ଼ ଯୋଗ ଦେଇ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଗୁଣୁପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନନ୍ଦ ବରିହା ଯୋଗ ଦେଇ ବିଜ୍ଞାନ ମେଳା (Science Exhibition) ହେଉଛି ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଏବଂ ବୈଜ୍ଞାନିକ ମନୋଭାବକୁ ପ୍ରଦର୍ଶନ କରିବାର ଏକ ସ୍ୱତନ୍ତ୍ର ପ୍ଲାଟଫର୍ମ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସଭାପତି ବ୍ରଜ ସୁନ୍ଦର ପାଢ଼ୀ ଓ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର ମଂଚାସିନ ଥିଲେ। ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ଭାଷଣ ସହ ମଞ୍ଚ କୁ ଅତିଥି ମାନଙ୍କୁ ନିମନ୍ତ୍ରିତ କରି ଅତିଥି ପରିଚୟ ପ୍ରଦାନ କରିଥିଲେ। ସାର ସି ଭି ରମଣ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା।

ପରେ ବିଜ୍ଞାନ ମେଳା ଉଦଘାଟିତ ହୋଇଥିଲା। ଏହା ନୂତନ ଉଦ୍ଭାବନ, ପ୍ରୟୋଗ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରେ। ଏଠାରେ ପ୍ରଦର୍ଶିତ ମଡେଲଗୁଡ଼ିକ ଯେପରିକି ସୌର ଚୁଲି, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ, ଶକ୍ତି ସଞ୍ଚୟ, ପରିବେଶ ସୁରକ୍ଷା, ନବୀକରଣ ଯୋଗ୍ୟ ଶକ୍ତି,ପାଚନ ପ୍ରଣାଳୀ, ବର୍ଷା ଜଳ ଅମଳ ସୌର,ଜଳସେଚନ ବ୍ୟବସ୍ଥା, ଜଳ ବିଶୋଧନ ,ଅବର୍ଜନା ପରିଚାଳନା,ଜଳ ବିଦ୍ୟୁତ୍, ଜଳ ବିଦ୍ୟୁତ୍ ଜେନେରେଟର, ପାୱାର ଡ୍ୟାମ୍, ଅଗ୍ନି ନିବାରଣ ରବର୍ଟ, ନାନୋ ପ୍ରଯୁକ୍ତି, ତାପଜ ବିଦ୍ୟୁତ୍ କେନ୍ଦ୍ର ଭଳି ବହୁ ମଡେଲ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ଉପଯୋଗୀ ମଡେଲ ଯାହା ଦୈନନ୍ଦିନ ଜୀବନର ସମସ୍ୟା ସମାଧାନ ପାଇଁ ବିଜ୍ଞାନର ବ୍ୟବହାର କିପରି ସହାୟକ ହୋଇଥାଏ ତାହା ଏଠି ପ୍ରଦର୍ଶିତ ହୋଇଥିଲା ।ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁସନ୍ଧାନ ଓ ସମସ୍ୟା ସମାଧାନର ଦକ୍ଷତା ବିକାଶ କରେ। ଏହା ଏକ ଅଭିନବ ପ୍ରୟାସ। ବିଜ୍ଞାନ ମେଳା ହେଉଛି ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶର ପଥ। ଏଠାରେ ବିଦ୍ୟାର୍ଥୀମାନେ ନିଜର ବୈଜ୍ଞାନିକ ଧାରଣା ଏବଂ ମଡେଲ ପ୍ରଦର୍ଶନ କରନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ କୌତୁହଳ ଓ ଅନୁସନ୍ଧିତ୍ସୁ ମନୋଭାବ ବୃଦ୍ଧି କରିବା। ଏହା ବହିପଢ଼ା ଜ୍ଞାନକୁ ବ୍ୟାବହାରିକ ଜ୍ଞାନରେ ପରିଣତ କରେ।ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନକୌଶଳ ବିଷୟରେ ଜାଣିପାରନ୍ତି। ଏହା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ାଏ ଏବଂ ଜଟିଳ ବୈଜ୍ଞାନିକ ତଥ୍ୟକୁ ସହଜରେ ବୁଝିବାରେ ସାହାଯ୍ୟ କରେ।

ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବିଜ୍ଞାନ ମେଳା କେବଳ ପ୍ରଦର୍ଶନ ନୁହେଁ, ଏହା ବୈଜ୍ଞାନିକ ଚିନ୍ତାଧାରାର ବିକାଶ କ୍ଷେତ୍ରରେ ଏକ ଅନନ୍ୟ ଉଦ୍ୟମ। ଏହା ଭବିଷ୍ୟତର ବୈଜ୍ଞାନିକ ସୃଷ୍ଟି କରିବାରେ ସହାୟକ ହୁଏ।
ସମୁଦାୟ 118 ଟି ମଡେଲ ଓ 157 ଛାତ୍ର ଛାତ୍ରୀ ଏହାକୁ ପ୍ରଦର୍ଶିତ କରିଥିଲେ। ଏହି ଅବସରରେ ବିଚାରକ ଭାବେ ଗାନ୍ଧୀ ବିଶ୍ୱବିଦ୍ୟାଳୟ ର ଆସିଷ୍ଟାଣ୍ଟ ପ୍ରଫେସର ଉତ୍ତମ କୁମାର ସାହୁ ଓ ହରି ମୋହନ ମହାନ୍ତି, ଅଧ୍ୟାପିକା ଶ୍ଵେତା ଶ୍ରୀ ପାଣିଗ୍ରାହୀ ଓ ସ୍ଵାତି ମାହାଙ୍କୁଡ ଏବଂ ଅଧ୍ୟାପକ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓ ଅବନୀ କୁମାର କହଁର ଯୋଗ ଦେଇ ମଡେଲ ଗୁଡିକୁ ତର୍ଜମା କରି ମୂଲ୍ୟାଙ୍କନ କରିଥିଲେ।ଏହି ଅବସର ରେ ଅନୁଷ୍ଠାନ ର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ର ଙ୍କ ନେତୃତ୍ୱ ରେ ବେଣୁ ଗୋପାଳ ସାର, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉଦ୍ୟମ ରେ ଏହା ସଫଳ ହୋଇପାରିଛି।

Leave A Reply

Your email address will not be published.