ପଦ୍ମପୁରରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ।

0

ପଦ୍ମପୁର/ନିଳ ଦୀପ-ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଭାବରେ ନୂତନ ଭାବରେ ଯୋଗଦେଇଥିବା ଶ୍ରୀଯୁକ୍ତ ତ୍ରିବିକ୍ରମ ପାଣିଗ୍ରାହୀଙ୍କୁ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ସଙ୍ଘ ସଭାପତି ସଦାନନ୍ଦ ପୁରୋହିତଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସଙ୍ଘ ତରଫରୁ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା ।ଶ୍ରୀ ପାଣିଗ୍ରାହୀ ସମସ୍ତ ସମସ୍ୟାର ଆଶୁ ସମାଧାନ କରିବା ପାଇଁ ପ୍ରତିଶୄତି ଦେଇଥିଲେ ।ଉକ୍ତ ବୈଠକରେ ସମ୍ପାଦକ ତରଣୀସେନ ବରିହା,ବରିଷ୍ଠ ଶିକ୍ଷକ ଘନଶ୍ୟାମ ପୁଞ୍ଜି,ଜିତେନ୍ଦ୍ରିୟ ଦାଶ,ନବୀନ ତ୍ରିପାଠୀ,ରବୀନ୍ଦ୍ର ରଣା,ଭରତ ସାହୁ,ବିବେକା ମହାପାତ୍ର,ସୁବାସିନି କଣ୍ଟା,ମନୋଜ ପଣ୍ଡା, ଅଖିଳ ପୁରୋହିତ,ଅନିଳ ଦୋରା,ଜଗବନ୍ଧୁ ବାବୁ,ବାବୁଳୁ ପାଣିଗ୍ରାହୀ, ଅଶୋକ ବହିଦାର,ଅଶୋକ ପାଣିଗ୍ରାହୀ, ସରୋଜ ଷଢ଼ଙ୍ଗୀ ଓ ଅଭିଷେକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.