ବଡ଼ବିଲ ମ୍ୟୁନିସିପାଲିଟିରେ ସ୍ମାର୍ଟ ଏଲ.ଇ.ଡି ଷ୍ଟ୍ରିଟ ଲାଇଟ କାର୍ଯ୍ୟ ଆରମ୍ଭ

0

ବଡ଼ବିଲ(ଚିତ୍ତ ରଞ୍ଜନ କର): ବଡ଼ବିଲ ମ୍ୟୁନିସିପାଲିଟିରେ ଷ୍ଟ୍ରିଟ ଲାଇଟ ନଥିବା ଅଞ୍ଚଳଗୁଡିକରେ ସ୍ମାର୍ଟ ଏଲ.ଇ.ଡି ଆଲୋକୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଘାସିରାମ ମୁର୍ମୁଙ୍କ ଦ୍ଵାରା ୧୩ ନଂ ୱାର୍ଡ ଡର୍ବୀ ଛକ ନିକଟରେ ଏହି ଆଲୋକୀକରଣର କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ଏହି ଉତ୍ସବରେ ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, ପୌର ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ପୂର୍ବତନ ଉପ ନଗରପାଳ ଲାବଣ୍ୟବତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ।  ଆମ ସହର ଆମ ଉନ୍ନତି ଯୋଜନାରେ ରାଜ୍ୟର ୧୧୩ଟି ପୋୖରାଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବା ଜଣାପଡିଛି।

Leave A Reply

Your email address will not be published.