ରୂଗବେଦ ପାରାୟଣ ଯଜ୍ଞ ଉଦଯାପିତ 

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆର୍ଯ୍ୟ ସମାଜ ଆରଡା ଠାରେ ୨୩ଶ ତମ ରୂଗବେଦ ପାରାୟଣ ଯଜ୍ଞ ତଥା ଅନୁଷ୍ଠାନର ବାର୍ଷିକ ମହୋତ୍ସବ  ଉଦଯାପିତ ହୋଇଯାଇଛି । ଉତ୍କଳ  ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଉପସଭାପତି ରଘୁନାଥ ନାୟକ, ସଙ୍ଗଠନ ସମ୍ପାଦକ ଦୀନବନ୍ଧୁ ରାଉତ, ପଣ୍ଡିତ କିଶୋର ଚନ୍ଦ୍ର କର, ଅଧ୍ୟାପକ ପ୍ରେମାନନ୍ଦ ଆର୍ଯ୍ୟ, ବ୍ରହ୍ମଚାରୀ ବିଦ୍ୟାଧର ପ୍ରମୁଖ ବିଦ୍ୱାନ ଗଣ ଯୋଗଦେଇ ଯଜ୍ଞ, ପ୍ରବଚନ ଓ ଭଜନ ମାଧ୍ୟମରେ ସଦ ଗୃହସ୍ଥ,  ସାତ୍ୱିକ ଦାନୀ, ଇଷ୍ଟମିତ୍ର ସମ୍ପର୍କରେ ଅକ୍ଷୁନ୍ନ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଆରଡା ଆର୍ଯ୍ୟ ସମାଜ ସଭାପତି ଶ୍ରୀକାନ୍ତ କୁମାର ଖଟେଇ ଓ ପତ୍ନୀ ନିରୁପମା ଖଟେଇ ଯଜ୍ଞ କର୍ତାଭାବେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସମ୍ପାଦକ ସୁରେନ୍ଦ୍ର ନାଥ ବେହେରା ସହଯୋଗ କରିଥିଲେ । ଅବସର ପ୍ରାପ୍ତ ଇଂଜିନିୟର ବାନାମ୍ବର ଖଟେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । 

 

Leave A Reply

Your email address will not be published.