ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡଗାଁରେ ଓଡିଶା ବନ୍ଦର  ଆଂଶିକ ପ୍ରଭାବ  

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବୀରେ ଆଜି ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ଓଡଗାଁରେ ମଧ୍ୟ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲକ୍ଷ୍ମୀବଜାର ଛକ ଠାରେ ସଂଗଠନ ପକ୍ଷରୁ ଓଡଗାଁ ସଭାପତି ଭାଗବତ ପରିଡା ସଂଯୋଜକ ବାଇନାଥ ସାହୁ, କୃଷ୍ଣଚନ୍ଦ୍ର ସାହୁ, ବ୍ଲକ କଂଗ୍ରେସ ସଭାପତି ବସନ୍ତ କୁମାର କର, ରାମ ଚନ୍ଦ୍ର ଚୈାଧୁରୀ, ସୁଦାମ ସାହୁ, ତ୍ରିଲୋଚନ ବାରିକ, ନିରଞ୍ଜନ ରାଉତ, ଗଣପତି ପଲେଇ ପ୍ରମୁଖଙ୍କ ନେତୃତ୍ୱରେ  ୫୦ରୁ ଉଦ୍ଧ୍ୱର୍ କୃଷକ ପୂର୍ବାହ୍ନ ୧୦ଟା ବେଳେ ଓଡଗାଁ-ନୟାଗଡ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ସ୍ଥାନୀୟ ପୋଲିସ ରାସ୍ତା ଅବରୋଧକାରୀ ମାନଙ୍କୁ ଗିରଫ କରିବାପରେ ୧୨ଟା ସମୟରେ ରାସ୍ତା ଅବରୋଧ ହଟିଯାଇଥିଲା । ଆନ୍ଦୋଳନକାରୀ ମାନଙ୍କୁ ପୋଲିସ ପରେ ଛାଡିଦେଇଥିଲା । 

Leave A Reply

Your email address will not be published.