ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଡଙ୍ଗରିଗୁଡ଼ା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୬ଷ୍ଠତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ସାମନ୍ତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ସମ୍ମାନିତ ଅତିଥି ଭାବେ ତହସିଲଦାର ଗିତା ମୁର୍ମୁ , ଏବିଇଓ ଭଗବାନ ମାଝୀ,ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଅଜୟ ବଲ୍ଲଭ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ।ଅଧ୍ୟକ୍ଷ ସୁବ୍ରତ ରଞ୍ଜନ ଅତିଥି ଙ୍କ ପରିଚୟ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ତଥା ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ କଠୋର ପରିଶ୍ରମ କରି ବାପା ମା ଙ୍କ ସ୍ବପ୍ନକୁ ସାକାର କରି ଜଣେ ଆଦର୍ଶ ମଣିଷ ହେବାକୁ କହିଥିଲେ। ମୁଖ୍ୟ ବକ୍ତା ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତାମ ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭା ଉନ୍ମୋଚନ କରି ଶିକ୍ଷା ସହ କ୍ରୀଡା ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ଅର୍ଜନ କରିବାକୁ କହିଥିଲେ। ଶ୍ରେଷ୍ଠ ମଣିଷ ହୋଇ ନିଜ ଅଞ୍ଚଳ ର ନାମ ରଖିବାକୁ କହିଥିଲେ।ଏହି ଅବସରରେବର୍ଷମଧ୍ୟରେ(ସିସିଏ)ନୃତ୍ୟ,ସଙ୍ଗୀତ,ବକ୍ତୃତା,ଖାଦ୍ୟମେଳା ସହ ଅନ୍ୟାନ୍ୟ କ୍ଷେତ୍ରରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା। ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚ ପରିଚାଳନା ଶିକ୍ଷକ ଶିବାଂଶୁ ପଣ୍ଡା କରିଥିବା ବେଳେ ପୁଜାରାଣି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ରୋହିତ ନାଗ,ନିଗମାନନ୍ଦ,ଦିଗମ୍ବର, ସୁବାଷ, ଭଗବତ,ସୁବ୍ରତ, ସୁବାଷ,ଶରତ ,ପଲସ୍ତି,ଅନିଲ,ଜିତେନ୍ଦ୍ର ଓ ପ୍ରଜ୍ଞାଦିପ୍ତା ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.