ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାଶିଂ ଗ୍ରାମ ଠାରୁ କୁଣ୍ଡେଇସିଂ ଗ୍ରାମ କୁ ରାସ୍ତା କରିବା ନିମନ୍ତେ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଦାବି ରଖିଥିଲେ ଗ୍ରାମବାସୀ। ବିଧାୟକ ପ୍ରତିଶ୍ରୁତି ରଖି ଏହି ରାସ୍ତା କାର୍ଯ୍ୟ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କରାଇ ରାସ୍ତା କାମ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଦୃତଗତି ରେ କାର୍ଯ୍ୟ ଚାଲୁରହିଛି , ଏହା ପୂର୍ବ ରୁ ଗ୍ରାମ ବାସି ବହୁବାର ପ୍ରଶାସନ ଓ ପୂର୍ତ୍ତି ବିଭାଗ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନଥିଲା। ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଥିବାରୁ ବିଧାୟକ ଙ୍କୁ ଧନ୍ୟବାଦ୍ ଜଣାଇଲେ ଗ୍ରାମବାସୀ। ସେଇ ଭଳି କୁଣ୍ଡେଇସିଂ ଠାରୁ ଭୁଁୟା ସାହି ର ଜୟନ୍ତ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଅତି ସଚନୀୟ ଅବସ୍ଥା ରେ ଥିବାବେଳେ ଥିବାବେଳେ ଛାତ୍ର ଛାତ୍ରୀ ରୋଗୀ ମାନେ ଯିବାଆସିବା ର ଅସୁବିଧା ର ସମୁଖୀନ ହେଉଥିବାରୁ ଏଇ ରାସ୍ତା ମଧ୍ୟ କରିବା ପାଇଁ ଆଜି ଶତାଧିକ ଗ୍ରାମବାସୀ ଆସି ବିଧାୟକ ଙ୍କୁ ଗୁହାରି କଲେ। ବିଧାୟକ ଗ୍ରାମବାସୀ ଙ୍କୁ ଏହି ରାସ୍ତା କାର୍ଯ୍ୟ ଅତି ଶୀଘ୍ର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.