ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ଜୟନ୍ତିନଗର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ନିକଟରେ ଆନ୍ତଃ ବ୍ଲକ ଇଣ୍ଡୋର ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ ଚୌଧୁରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ବିଦ୍ୟୁତ ବିଭାଗ ଯନ୍ତ୍ରୀ ପବିତ୍ର ସାହୁ, କ୍ରୀଡା ଶିକ୍ଷକ ହେମନ୍ତ ସାମଲ, କ୍ରୀଡାବିତ୍ ସୌଭାଗ୍ୟ ବିଶ୍ଵାଳ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲାର ବିଭିନ୍ନ ବ୍ଲକ ର ୨୪ ଟି ଦଳ କୁ ନେଇ ୩ ଦିନ ଧରି ଚାଲିବାକୁ ଥିବା ଏହି ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପରିଚାଳନା କମିଟି ତରଫରୁ ଚାମ୍ପିଅନ ଓ ରନର ଅପ୍ ଦଳ ସହ ଶ୍ରେଷ୍ଠ ଖେଳାଳି ଆଦି ପୁରସ୍କାର ରାଶି ରହିଛି। ତେବେ ଦୀର୍ଘ ବର୍ଷ ପରେ ଡାବୁଗାଁ ରେ ଏକ ରାତ୍ର କାଳୀନ ବେଡ ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିବାରୁ ଖେଳାଳି ଓ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି। ପ୍ରଥମ ମ୍ୟାଚ ପାପଡାହାଣ୍ଡି ଓ ଡାବୁଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ରେ ରେଫରୀ ଭାବେ କ୍ରୀଡା ଶିକ୍ଷକ ହେମନ୍ତ ସାମଲ ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ପ୍ରଶାନ୍ତ ବେହେରା, ବିରଞ୍ଚି, ପୂପୁ, ରିନ୍ଟୁ, ଇଶାନ, ବାବୁ, ସାନୁ, ଚନ୍ଦନ, ଆଶିଷ, ନିଖିଲ, ଓମ, ଜିତୁ, ସୂର୍ଯ୍ୟକାନ୍ତ ଓ ଅନ୍ୟମାନେ ସହଯୋଗ କରିଥିଲେ। ଟୁର୍ଣ୍ଣାମଣ୍ଟ ଦେଖିବାକୁ ଶତାଧିକ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post