ବିଜେପୁର :-ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଲାଉମୁଣ୍ଡା ଗ୍ରାମର ଘରମାଲିକ ସନ୍ତୋଷ ସାହୁଙ୍କ ବାସଗୃହ ଉପରେ ଗତ ୨୬ଜାନୁୟାରୀରେ ଏକ ଧାନ ବୋଝାଇ ଟ୍ରକ OR 10 H5466 ରାତ୍ରି ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଦ୍ରୁତ ଗତିରେ ଆସି ଚଢ଼ିଯିବାରୁ ଘରଟି ନଷ୍ଟ ହୋଇଯାଇଛି।ଘଟଣା ପରେ ଘରମାଲିକ ସନ୍ତୋଷ ସାହୁ କ୍ଷତିପୂରଣ ଦାବି କରିଥିବା ବେଳେ, ଲାଉମୁଣ୍ଡା ଗ୍ରାମର ସାନନ୍ଦ ମେହେର ମଧ୍ୟସ୍ଥତା କରି ଘର ପୁନଃନିର୍ମାଣ କରିଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଘଟଣାର ଦୁଇ ଦିନ ପରେ ବଲାଙ୍ଗୀର ଜ଼ିଲ୍ଲା ବୁଦୁଲା ଧାନ ମଣ୍ଡି ପକ୍ଷରୁ ଆଗଲପୁର ଥାନାରେ ଧାନ ବୋଝାଇ ଟ୍ରକ ‘ନିଖୋଜ’ ହୋଇଛି ବୋଲି ଏକ ‘ମିସିଂ କେସ୍’ ଦାଖଲ କରାଯାଇଥିଲା, ଯାହା ସମଗ୍ର ଘଟଣାକୁ ଆହୁରି ସନ୍ଦେହଜନକ କରିଛି।ତାପରେ ପୁଣି ଦୁଇ ଦିନ ପରେ ଏହି ‘ନିଖୋଜ’ ଟ୍ରକ ବିଜେପୁର ଥାନାରେ ମିଳିଥିବା ସୂଚନା ମିଳିଥିଲା ଏବଂ ଆଗଲପୁର ଥାନାଧିକାରୀ ଆସି ଗାଡିଟି ଗ୍ରହଣ କରିନେଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତିଙ୍କ ପକ୍ଷରୁ ଡ୍ରାଇଭର ଏମ୍. ଭାସ୍କର ସ୍ପଷ୍ଟ କରିଛନ୍ତି ଯେ ଧାନ ମଣ୍ଡି ପକ୍ଷରୁ କୌଣସି ଫୋନ କଲ୍ ଆସିନାହିଁ ଏବଂ ଗାଡିଟି ଧକ୍କାରେ ନଷ୍ଟ ହୋଇଥିବା କଥା ସେ ସ୍ୱୀକାର କରିଛନ୍ତି। ଧକ୍କା ଦେଇ ଘର ଭାଙ୍ଗିଥିବା ଗାଡି କିପରି ‘ନିଖୋଜ’ ହେଲା?ଏହି ବିଷୟରେ ଆଗଲପୁର ଥାନାଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ, ସେ ସ୍ପଷ୍ଟ ଭାବେ କହିଥିଲେ ଯେ ସେ ଟିପ୍ପଣୀ ଦେବେ ନାହିଁ ଏବଂ ସିଭିଲ ଡ୍ରେସରେ ରହିଥିବା କଥା କହି ପ୍ରତିକ୍ରିୟା ଏଡ଼ାଇଥିଲେ, ଯାହା ସନ୍ଦେହକୁ ଆହୁରି ସନ୍ଧେହ କରୁଛି।ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ସନ୍ତୋଷ ସାହୁ ଭୟଙ୍କର ମାନସିକ ଚାପରେ ରହିଥିବା ବେଳେ, ସେ ଆଗାମୀରେ କୌଣସି ଅତିରିକ୍ତ ପଦକ୍ଷେପ ନେଇପାରନ୍ତି ବୋଲି ତାଙ୍କ କଥାରୁ ଅନୁମାନ କରାଯାଉଛି।ନ୍ୟାୟ ଆଶାରେ ସନ୍ତୋଷ ସାହୁ ବରଗଡ଼ ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଦ୍ୱାରସ୍ତ ହୋଇଥିବା ବେଳେ, ସ୍ଥାନୀୟ ଲୋକେ ବଲାଙ୍ଗୀର ଓ ବରଗଡ଼ ଆରକ୍ଷୀ ଅଧିକାରୀଙ୍କ ଦ୍ୱାରା ନିଷ୍ପକ୍ଷ ତଦନ୍ତ ଓ ଘରମାଲିକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.