ହିନ୍ଦୁ ସମ୍ମିଳନୀ ସହ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ।

2

କେନ୍ଦୁଝର,ତା୨୯/୧- ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ନିକଟସ୍ଥ ଶ୍ରୀରାମ ମନ୍ଦିର ପଡିଆ ଠାରେ ଏକ ଭବ୍ଯ ହିନ୍ଦୁ ସମ୍ମିଳନୀ ଓ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ ୮ ଘଟିକା ସମୟରେ ମାତୃଶକ୍ତି ମହିଳା ମାନଙ୍କ ଦ୍ବାରା ୧୦୮ କଳସ ଶୋଭାଯାତ୍ରା ସହିତ ମହାଯଜ୍ଞକୁ ଅଣାଯାଇ ସ୍ଥାପନ କରାଯାଇଥିଲା। ଉକ୍ତ ମହାଯଜ୍ଞରେ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ସହିତ ଜୁଙ୍ଗା ଓ ତେନ୍ତେଳାପଶି ଗ୍ରାମ ପଞ୍ଚାୟତର ଶହଶହ ଜନସାଧାରଣଙ୍କ ସହଯୋଗ ଓ ଉପସ୍ଥିତ ହୋଇ ବିଶ୍ବ କଲ୍ୟାଣ ନିମିତ୍ତ ଆର୍ଶୀବାଦ ଭିକ୍ଷା କରି ଆଧ୍ୟାତ୍ମିକ ପରିବେଶରେ ସାମିଲ ହୋଇଥିଲେ। ବକ୍ସିବାରିଗାଁ ଆୟୋଜକ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଛମନ ବାରିକଙ୍କ ସଭାପତିତ୍ବରେ ସଭା କାର୍ଯ୍ୟରେ ମୁଖ୍ଯ ଅତିଥି ସ୍ବାମୀ ନିଲିପ୍ତାନନ୍ଦ ସ୍ବରସ୍ବତୀ ମହାରାଜ ଯୋଗ ଦେଇ ହିନ୍ଦୁ ଏକତା,ସ୍ବଧର୍ମ,ସ୍ବଜାତି  ସ୍ବଦେଶାଭାବ ଜାଗରଣ ସୃଷ୍ଟିର ଆବଶ୍ୟକତାର ବକ୍ତବ୍ଯ ପ୍ରଦାନ କରିଥିଲେ।ଭାରତବର୍ଷରେ ସନାତନ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ଆତ୍ମ ଶୁଦ୍ଧିକରଣ ଉପରେ  ବିସ୍ତୃତ ଆଲୋକପାତ କରିଥିଲେ। ବିଶେଷ ଅତିଥି ଶ୍ରୀଯୁକ୍ତ ରୁଦ୍ରସେନ ଜିତ, ଶ୍ରୀଯୁକ୍ତ ପଦ୍ମନାଭ ଦେହୁରୀ,  ଶ୍ରୀଯୁକ୍ତ ଫକୀରମୋହନ ରାଉଳ,ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମିଶ୍ର,ବିଦ୍ୟାଧର ନାଏକ,ନରୋତ୍ତମ ଜୁଆଙ୍ଗ, ଅଭିମନ୍ୟୁ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ସଭାକାର୍ଯ୍ୟକୁ ଆୟୋଜକ ସମିତି ବକ୍ସିବାରିଗାଁର ସଂଯୋଜକ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମହାନ୍ତ ପରିଚାଳନା କରିଥିଲେ। ଶରଣ ବେହେରା,ଗଣେଶ୍ବର ମହାନ୍ତ,  ସୁବ୍ରତ ସାହୁ, ହିରାଲାଲ ମହାନ୍ତ, ସୁବାଷ ନାଏକ  ହିରଣ୍ୟ ନାଏକ, ଅଜିତ ନାଏକ, ବୀରେନ୍ଦ୍ର କୁମାର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.