ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞ,

2

୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବର ଶୁଭାରମ୍ଭ

ଓଡ଼ଗାଁ,୨୯।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁ ପାଟଣା ଶୂଳିଆ ପାହାଡ଼ ପାଦଦେଶରେ ବିଜେ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠରେ ୮୪ତମ ବିଶ୍ବ ଶାନ୍ତି ଶୈବ ଯଜ୍ଞ ଓ ୪୦ତମ ସପ୍ତଶମ୍ଭୁ ମିଳନ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି। ମାଘମାସ ଶୁକ୍ଳ ଦଶମୀ ଏକାଦଶୀ ଠାରୁ ଆରମ୍ଭ ହୋଇଥିବା ଯଜ୍ଞ ଫେବୃୟାରୀ ୧ ତାରିଖ ପୂର୍ଣ୍ଣିମା ତିଥିରେ ଯଜ୍ଞ ପୂର୍ଣ୍ଣାହୁତି କାର୍ଯ୍ୟ ସମାପନ ହେବ। ଆସନ୍ତା ୩୧ ତାରିଖରେ ସପ୍ତଶମ୍ଭୁ ବରଣ ଏବଂ ୧ ତାରିଖରେ ମିଳନ ମହୋତ୍ସବ ଅନୁଷ୍ଠିତ ହେବ। ଯଜ୍ଞ ଆଚାର୍ଯ୍ୟ ପଣ୍ଡିତ ଶାନ୍ତନୁ କୁମାର ଦାଶଙ୍କ ନେତୃତ୍ୱରେ ପଣ୍ଡିତ ନାରାୟଣ ଦାଶ, ହେମନ୍ତ କୁମାର ହୋତା, ଗୋଦାବରୀ ଷଡ଼ଙ୍ଗୀ ପ୍ରମୁଖ ବୈଦିକ କର୍ମକାଣ୍ଡି ବ୍ରାହ୍ମଣମାନେ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଅଞ୍ଚଳର ୨୭ ଖଣ୍ଡ ମୌଜାବାସୀଙ୍କ ସମ୍ମତିରେ ମନ୍ଦିର କମିଟି ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି।

Leave A Reply

Your email address will not be published.