କେନ୍ଦୁଝର, ତା୨୯/୧- ଜଙ୍ଗଲ ଭିତରେ ସୁନ୍ଦର ଫୁଲ ଫୁଟିଛି କାଶ୍ମୀର ଟ୍ୟୁ୍ଲିପ ପରି ରଙ୍ଗିନ ଫୁଲ ସବୁ ଦେଖିଲେ ମନ ମୋହିଯିବ। ତେବେ କିଏ ଏପରି ଫୁଲ ଚାଷ କରିଥିଲା ଜଣା ନଥିଲେ ମଧ୍ୟ ପୋଲିସ ଖବର ପାଇ ଆସି ଦେଖି ତାଜୁବ ହେଲା। ସୁନ୍ଦରତା ଦେଖି ଆକୃଷ୍ଟ ହେଲା ବେଳେ ପ୍ରକୃସ୍ଥିତ ହେଲା ବେଳେ ଜାଣିଲା କି ସେଗୁଡିକ ଅଫିମ ଫୁଲ। ସୂଚନା ମିଳିଛି କି କେନ୍ଦୁଝର ରୁଗୁଡ଼ି ଥାନା ଅନ୍ତର୍ଗତ ମାଙ୍କଡା ହର୍ଟିଂରେ ଜଙ୍ଗଲ ଭିତରେ ଏହି ଚାଷ ହୋଇଥିଲା। ଅଫିମ ଗଛ ହୃଷ୍ଟାପୃଷ୍ଟ ହୋଇ ବଢିଥିଲା ସେଥିରେ ଫଳ ପୁଲ ହୋଇଥିଲା ଆଉ କିଛି ଦିନେ ଅମଳ ହୋଇଥାଆନ୍ତା। ଅଫିମ ଫଳ ରସ ନିଶାଦ୍ରବ୍ୟ ଅଫିମ ହୁଏ ଆଉ ମଞ୍ଜି ପୋସ୍ତ ଭାବେ ଆମେ ଖାଇଥାଆନ୍ତି ଯାହା ଖୁବ ସ୍ୱାଦିଷ୍ଟ। ଏହାକୁ ନିଜେ ଖାଇବାକୁ ନା ସୁନ୍ଦର ଫୁଲ ଲାଗି ଚାଷ କରାଯାଇଥିଲା ସ୍ପଷ୍ଟ ହୋଇପାରିନି। ସେଠାକାର ଜଳବାୟୁ ଅଫିମ ଗଛ ଲାଗି ଖୁବ ଉତ୍କୃଷ୍ଟ ହୋଇଥିବାରୁ ବଡ଼ବିଲ ଯୋଡ଼ା ଅଂଚଳରେ ବଢୁଥିବା ନିଶା ଚାହିଦା ମେଣ୍ଟାଇବା ଲାଗି ଏହି ଅଭିନଵ ଚାଷ ହୋଇଥିଲା କେହି କହୁଛନ୍ତି। ବିହାର ରାଜସ୍ଥାନର ଅନେକ ଜାଗାରେ ଅଫିମ ଚାଷ ହେଉଥିବାରୁ ବାହାର ଲୋକ ମଞ୍ଜି ଆଣି ଏହାକରୁଥିବା ସନ୍ଦେହ ହେଉଛି। ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ନେତୃତ୍ୱରେ ମାଜିଷ୍ଟ୍ରେଟ ଉପସ୍ଥିତରେ ଏହି ଚଢ଼ାଉ ହୋଇଥିଲା। ପୋଲିସ ସମସ୍ତ ଅଫିମ ଗଛ ନଷ୍ଟ କରିଥିଲା।
Sign in
Sign in
Recover your password.
A password will be e-mailed to you.
Prev Post